
ପୁରୀ,(ବି.ବି.ନୁ୍ୟଜ): ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଟେନର ଚିକିତ୍ସାଳୟକୁ ଦୁଇ ଜଣ ଭକ୍ତ ବୁଧବାର ପୂର୍ବାହ୍ନ ସାଢେ଼ ୧୧ଟାରେ ଲୋକାର୍ପଣ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ଦୁଇ ଜଣ ବରିÂ ଭକ୍ତ କଟକ ବଡ଼ମ୍ବା ଅନ୍ତର୍ଗତ ଝଜିଆ ଗ୍ରାମ ନିବାସୀ ମାଟିଆ ସ୍ୱାଇଁ ଓ ପୁରୀ ସାତପଡ଼ା ଆଳୁପାଟଣା ନିବାସୀ ରାଜୁ ଜେନା ଚିକିତ୍ସାଳୟ ଉଦ୍ଘାଟନ କରିଥିଲେ ।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଅଜୟ ଜେନା ପ୍ରମୁଖଙ୍କ ଉପସ୍ଥିତିରେ ଭକ୍ତମାନେ ଏହି ଚିକିତ୍ସା କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଲୋକର୍ପଣ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦୁଇ ଭକ୍ତଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦିଆଯାଇଥିଲା । ଏହି କଣ୍ଟେନର ଚିକିତ୍ସାଳୟ ପାଇଁ ଦୁଇ ଜଣ ଏମ୍ବିବିଏସ୍ ଡାକ୍ତର, ୨ ଜଣ କମ୍ପାଉଣ୍ଡର ଓ ଅନ୍ୟ ଦୁଇ ଜଣ ଆସିଷ୍ଟାଣ୍ଟଙ୍କୁ ଆଜି ନିଯୁକ୍ତି ଦିଆଯାଇଛି ।
ପ୍ରଥମ ଦିନରେ ଏହି ଶୀତତାପ ନିୟନ୍ତ୍ରିତ କଣ୍ଟେନର ଚିକିତ୍ସାଳୟରେ ୯ଜଣ ଭକ୍ତ ପ୍ରାଥମିକ ଚିକିତ୍ସା ସେବା ପାଇଛନ୍ତି । ଶ୍ରୀମନ୍ଦିର ପୁଲିସ ଏଡ୍ ପୋଷ୍ଟ ସ୍ଥାନରେ ସ୍ଥାନିତ ଏହି ଚିକିତ୍ସାଳୟ ସକାଳ ୬ଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖୋଲା ରହିବ । ଦୁଇ ସିଫ୍ଟରେ ଚିକିତ୍ସାଳୟ ଷ୍ଟାଫ୍ କାମ କରିବେ । ଜରୁରି ପରିସ୍ଥିତିର ମୁକାବିଲା ପାଇଁ ଏହି ଚିକିତ୍ସା କେନ୍ଦ୍ର ସହ ଦୁଇଟି ଆମ୍ବୁଲାନ୍ସ ସେବାରେ ଯୋଡି ହେଇଥିବାର ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଚିକିତ୍ସାଳୟରୁ ଭକ୍ତଙ୍କୁ ଜୁରୁରିକାଳୀନ ପରିସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାରେ ଏହି ଆମ୍ବୁଲାନ୍ସ ବିନିଯୋଗ ହେବ । ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଆବଶକ ଚିକିତ୍ସା ସେବା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଦରକାରୀ ମେଡିସନ୍ ଷ୍ଟକ ରଖାଯାଇଛି ।
Comments are closed, but trackbacks and pingbacks are open.