ଭାରତ ଫେରିବେ ପଳାତକ ନିରବ

Get real time updates directly on you device, subscribe now.

ନୂଆଦିଲ୍ଲୀ: ୧୪୦୦୦ କୋଟିର ପିଏନ୍ବି ଋଣ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଭାରତକୁ ଫେରିବେ । ତାଙ୍କୁ ଦେଶକୁ ଆଣିବାର ବାଟ ପରିଷ୍କାର ହୋଇଯାଇଛି । ବହୁ କୋଟି ଟଙ୍କାର ଜାଲିଆତି ଭିଆଇ ଭାରତରୁ ଫେରାର ହୋଇଯାଇଥିବା ଏହି ହୀରା ବ୍ୟବସାୟୀଙ୍କ ପ୍ରତ୍ୟର୍ପଣକୁ ବ୍ରିଟେନ୍ ଗୃହମନ୍ତ୍ରୀ ମଞ୍ଜୁରି ଦେଇଥିବା ସିବିଆଇ ସୂତ୍ରରୁ ଜଣାଯାଇଛି ।
ଗତ ଫେବ୍ରୁଆରୀରେ କୋର୍ଟ ନିରବ ମୋଦିଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କହିଥିଲେ ଏବଂ ପ୍ରତ୍ୟର୍ପଣ ବିରୋଧରେ ତାଙ୍କର ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ନିରବ ସାକ୍ଷୀମାନଙ୍କୁ ଧମକାଇଥିବା ମଧ୍ୟ କୋର୍ଟ ମାନିଥିଲେ । ଜାମିନକୁ ନେଇ ଅନେକ ଥର ତାଙ୍କର ଆବେଦନକୁ ଖାରଜ କରାଯାଇଥିଲା । ସୂଚନାଯୋଗ୍ୟ, ପିଏନ୍ବି ଋଣ ଜାଲିଆତି ମାମଲାରେ ନିରବ ଲଣ୍ଡନ ଜେଲ୍ରେ ବନ୍ଦ ଅଛନ୍ତି । ୨୦୧୯ ମାର୍ଚ୍ଚରେ ତାଙ୍କୁ ସେଠାରେ ଗିରଫ କରାଯାଇଥିଲା ।
ପିଏନ୍ବିର ମୁମ୍ବାଇ ଶାଖାରୁ ନକଲି ଲେଟର୍ ଅଫ୍ ଅଣ୍ଡରେଟେକିଂ(ଏଲ୍ଓୟୁ) ହାତେଇ ବିଭିନ୍ନ ବ୍ୟାଙ୍କର ବିଦେଶୀ ଶାଖାରୁ ନିରବ ଏବଂ ତାଙ୍କ ସମ୍ପର୍କୀୟ ମାମୁ ତଥା ଗୀତାଞ୍ଜଳି ଜୁଏଲ୍ସର ମାଲିକ ମେହୁଲ ଚୋକ୍ସି ପ୍ରାୟ ୧୪,୦୦୦ କୋଟିର ଜାଲିଆତି ଭିଆଇଥିଲେ । ମାମଲା ଲୋକଲୋଚନକୁ ଆସିବା ପୂର୍ବରୁ ଉଭୟ ୨୦୧୮ ପ୍ରଥମ ଭାଗରୁ ଦେଶରୁ ଫେରାର ହୋଇଯାଇଥିଲେ । ସେବେଠାରୁ ଉଭୟଙ୍କୁ ଭାରତକୁ ଆଣିବା ପାଇଁ ପ୍ରଚେÂା ଚାଲିଛି । ଲଣ୍ଡନରେ ଥିବା ନିରବ ପ୍ରତ୍ୟର୍ପଣରୁ ବଞ୍ଚିବା ପାଇଁ ସେଠାକାର କୋର୍ଟରେ ବିଭିନ୍ନ ପ୍ରକାର ଚେÂା କରିଥିଲେ । କିନ୍ତୁ ଶେଷରେ ଏଥିରେ ବିଫଳ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons