‘ଆଖି ବୁଜିଦେଲେ ତୁ’

Get real time updates directly on you device, subscribe now.

ଅଢ଼େଇ ବର୍ଷ ତଳେ ଆଖି ବୁଜିବା ଆରମ୍ଭ କରିଥିଲେ କିନ୍ତୁ ଏ ଯାଏଁ ନିଦ ଆସିନି । ଶୁଣିବାକୁ ମିଳୁଛି ଆସନ୍ତା ଦଶହରା ପୂଜା ପୂର୍ବରୁ ନିଶ୍ଚିତ ଭାବେ ଦର୍ଶକ ପ୍ରେକ୍ଷାଳୟରେ ଦେଖିବେ କାଲୋସ୍ଥେନିକ୍ ଏଣ୍ଟରଟେନ୍ମେଣ୍ଟର୍ ପଞ୍ଚମ ଅବଦାନ ‘ଆଖି ବୁଜିଦେଲେ ତୁ’ । ଆକ୍ସନ୍, ଇମୋସନ୍, ଡ୍ରାମା, ଡାଏଲଗ୍ ସାଙ୍ଗକୁ ତ୍ରିକୋଣୀୟ ପ୍ରେମର ଫେଣ୍ଟାଫେଣ୍ଟି କାହାଣୀ ଆଧାରିତ ନାୟକ ପୁପିନ୍ଦରଙ୍କ ଏହି ସିନେମା । ଏଥିରେ ପୁପି ଅଭିନୟ ସହ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ତାଙ୍କ ବିପକ୍ଷରେ ନାୟିକା ଦୀପିକା ଓ ଜ୍ୟୋତିର୍ମୟୀ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମନୋଜ ମିଶ୍ର, ସମରେଶ, ଗୁଡ୍ଡୁ, ସୁମନ, ଜୀବନ, ଜର୍ଜ ତିଆଡ଼ି ପ୍ରମୁଖ କଳାକାର ରହିିଛନ୍ତି ।
ଏହାର ନିର୍ଦ୍ଦେଶନା ଏସ୍.କେ. ମୁରଲୀଧରନ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଭିଜିତ୍ ମଜୁମ୍ଦାର୍ ରହିଛନ୍ତି । ଦୀର୍ଘଦିନ ପରେ ଏହି ସିନେମା ମାଧ୍ୟମରେ ପୁଣି ପୁପି ଫେରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons