କିଟନାଶକ ଔଷଧ ସିଞ୍ଚନ ଯନ୍ତ୍ର ବଣ୍ଟନ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ): ଉମରକୋଟ ସ୍ଥିତ କୃଷି କାର୍ଯ୍ୟାଳୟରେ ରିହାତି ଦରରେ କିଟନାଶକ ଔଷଧ ସିଞ୍ଚନ ଯନ୍ତ୍ର ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବ୍ଲକର ୨୬ଟି ପଞ୍ଚାୟତର ୬୦ ଜଣ ଆଦିବାସୀ ଚାଷୀଙ୍କୁ ଏହି ଯନ୍ତ୍ର ବଣ୍ଟନ କରିଥିଲେ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ଅନୁଦାନରେ ଏହି ଯନ୍ତ୍ର ଚାଷୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ଯନ୍ତ୍ରର ପ୍ରକୃତ ମୂଲ୍ୟ ୨୪୫୦ ଟଙ୍କା ହୋଇଥିବା ବେଳେ ଚାଷୀମାନେ ଏହାର ୧୦ ପ୍ରତିଶତ ଟଙ୍କା ଦେଇ ଯନ୍ତ୍ର ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ବିଶ୍ୱାସ, ବାବୁ ଶର୍ମା, ଦୁକାଲ ମେହେର, ମିଲୁ ପଣ୍ଡା, ଗୋÂି କୃଷି ଅଧିକାରୀ ବିଧୁଭୂଷଣ ମୋହାକୁଲ, ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡା, ସୁଧେସନା ଧଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ଉମରକୋଟ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons