କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ): ସ୍ଥନୀୟ ମିଶନ ଶକ୍ତି ସଭାଗୃହରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଅନୁÂିତ ହୋଇଯାଇଛି । ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମୀକ୍ଷା କରାଯିବା ସହିତି ଜିଲ୍ଲାରେ ଦ୍ରୁତଗତିରେ ବଢୁଥିବା କରୋନା ମହାମାରିର ତ୍ୱରିତ ମୁକାବିଲା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ପଂଚାୟତସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମୀକ୍ଷା କରାଯାଇଥିଲା । ଏସବୁର ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଥିଲେ । ସେହିପରି କରୋନାରେ ଅକ୍ରାନ୍ତ ହୋଇ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କ ନିକଟରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଂଚାଇବାକୁ ଜିଲ୍ଲାପାଳ ସିଡିଏମଓଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସଂକ୍ରମିତ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ନିରନ୍ତର ଯୋଗାଯୋଗରେ ରହ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ମଧ୍ୟରେ ନଳକୂପ ଓ ଜଳଉତ୍ସ ଗୁଡ଼ିକର ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ଜରୁରିକାଳୀନ ଅଧିକାରୀ ମୌସୁମୀ ନାୟକ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons