ଭିଡିଓ କନଫରେନ୍ସିଂରେ ୫ଟି ସଚିବ କଲେ ଆଲୋଚନା

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ଗଗନ ଗନ୍ତୟେତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା ନୋଡାଲ ହାଇସ୍କୁଲକୁ ବିଧାୟକ ସଦାଶିବ ପ୍ରଧାନୀ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି । ଏହାପରେ ନିଜ ପ୍ରଚେଷ୍ଟାରେ ବିଧାୟକ ଏହାକୁ ଏକ ମଡେଲ ସ୍କୁଲରେ ରୁପାନ୍ତରିତ କରାଇଥିବାରୁ ଅଞ୍ଚଳରେ ଏହାକୁ ନେଇ ଖୁସିର ଲହରି ଖେଳିଯାଇଛି । ଏଭଳି ସ୍ଥିତିରେ ସ୍କୁଲର ସୁନାମ ଆହୁରି ଆଗକୁ ପାଦେ ବଢ଼ିଛି । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍କୁଲର ସମସ୍ୟା ଓ ବିକାଶ ନେଇ ସିଧା ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳ ହେବ ସେନେଇ ବିଭିନ୍ନ ପ୍ରଶ୍ନ ମାଧ୍ୟମରେ ଆଲୋଚନା କରିଥିଲେ । ସ୍ମାର୍ଟ କ୍ଲାସ ଉପରେ ସଚିବ ଗୁରୁତ୍ୱ ଦେଇଥିଲେ । ଏହାସହ ଲୋକପ୍ରତିିନିଧିଙ୍କ ଭୂମିକା, ଶିକ୍ଷକ-କର୍ମଚାରୀଙ୍କ ଦାୟିତ୍ୱ ଉପରେ ମଧ୍ୟ ପ୍ରଶ୍ନୋତ୍ତର ଛଳରେ ସଚିବ ଆଭିମୁଖ୍ୟ ସ୍କଷ୍ଟ କରିଥିଲେ । ବ୍ଲକ ଅଧ୍ୟକ୍ଷା ଦେବକୀ ନାୟକ, ଗୋÂୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଉପାଧ୍ୟକ୍ଷ ତନୟ ସାଗର ନାୟକ, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ରନ୍ଧ୍ରାରୀ, ବିଦ୍ୟାଳୟ କମିଟି କର୍ମକର୍ତ୍ତା-ସଦସ୍ୟ, ଗୋÂୀ ଶିକ୍ଷା ଅଧିକାରୀ ମିନତୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଖଗପତି ପୂଜାରୀ, ପ୍ରଧାନଶିକ୍ଷକ ଲଳିତ ନାଗ, ପୂର୍ବତନ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ବିଶୋୟୀ, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ସୋରାଜ ପ;ନାୟକ, ସହକାରୀ ଯନ୍ତ୍ରୀ ଶାନ୍ତିଲତା ହେମ୍ବ୍ରମ, ଯନ୍ତ୍ରୀ ଅରବିନ୍ଦ ବେହେରା, କ୍ରାନ୍ତି ପ;ନାୟକ, ରାମଚନ୍ଦ୍ର ବେହେରା, ଜେଇ କ୍ଷôର, ଏବିଇଓ ମଧୁସୂଦନ ବାଗ୍ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଶେଷରେ ୫ଟି ସଚିବ, ବିଧାୟକଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons