ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ଭାରତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜଳବାୟୁ ପ୍ରସଙ୍ଗ ଉପରେ ଗୁରୁବାର ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଉର୍ଜା ବିଶେଷଜ୍ଞ ଆମୋସ୍ ହୋଷ୍ଟେନଙ୍କ ସହ ଆଟଲାଣ୍ଟିକ୍ କାଉନସିଲର “ରେଜିଂ ଏମ୍ୱିସନ ସିରିଜ’ରେ ଭାରତର ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି । ସେହିପରି “ଜଷ୍ଟ ଟ୍ରାଞ୍ଜିସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫୁ୍ୟଚର’ ଉପରେ ଆୟୋଜିତ ପୃଥକ ଆଲୋଚନାଚକ୍ରରେ ଶ୍ରୀ ପ୍ରଧାନ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲ୍ମ, କାନାଡ଼ାର ପ୍ରାକୃତିକ ସମ୍ୱଳ ମନ୍ତ୍ରୀ, ୟୁରୋପିଆନ ଉର୍ଜା କମିଶନର, ଏଏଫଏଏଲ-ସିଆଇଓର ସେକ୍ରେଟାରି-ଟ୍ରେଜରର ତଥା ବିଭିନ୍ନ ଦେଶର ଉର୍ଜା ନେତୃତ୍ୱଙ୍କ ସହ ଯୋଗଦେଇଛନ୍ତି । ବିଶ୍ୱର ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ ଜଳବାୟୁ ପରିବର୍ତ୍ତନ ବାବଦରେ ଭାରତ ଦ୍ୱାରା ନିଆଯାଉଥିବା ପଦକ୍ଷେପ, ପ୍ୟାରିସ ଚୁକ୍ତିର ଲକ୍ଷ୍ୟ ପୂରଣ ପାଇଁ ନିଆଯାଇଥିବା ପଦକ୍ଷେପ, ଭାରତରେ ଉର୍ଜା ବ୍ୟବହାର, ସ୍ୱଚ୍ଛ ଉର୍ଜା ରୂପାନ୍ତରଣ ଦିଗରେ ପ୍ରସ୍ତୁତ କରାଯାଇଥିବା ରୋଡ୍ମ୍ୟାପ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସେହିପରି ଭାରତ ଓ ଆମେରିକା ତଥା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରୁଥିବା ରାଷ୍ଟ୍ର ମଧ୍ୟରେ ଡିକାର୍ବନାଇଜେସନ ଦିଗରେ ନୂଆ ଆଭିମୁଖ୍ୟର ଅନ୍ୱେଷଣ ପାଇଁ ଅଧିକ ସମନ୍ୱୟ ସ୍ଥାପନା, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅଧିକ ପଦକ୍ଷେପ ନେବା ସହ ହାଇଡ୍ରୋଜେନ ଭଳି ଉର୍ଜା କ୍ଷେତ୍ରରେ ସହଯୋଗ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । “ଜଷ୍ଟ ଟ୍ରାଞ୍ଜିସନ୍ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫୁ୍ୟଚର’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭାରତର ଉର୍ଜା ଭବିଷ୍ୟତ, ଉର୍ଜା ପ୍ରାଥମିକତା, ଚ୍ୟାଲେଞ୍ଜ୍, ସୁଯୋଗ ଉପରେ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ପ୍ରସଙ୍ଗରେ ଗୁରୁବାର ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀରେ ଅନ୍ୟ ୪୦ ବିଶ୍ୱ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons