ସୀମାନ୍ତ କୋଷାଗୁମୁଡ଼ା ଉପରେ ପ୍ରଶାସନର ଆଖି, ଯାଞ୍ଚ କଡ଼ାକଡ଼ି

Get real time updates directly on you device, subscribe now.

କୋଷାଗୁମୁଡ଼ା,(ବି.ବି.ନୁ୍ୟଜ): ପଡେ଼ାଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍ ଉପରେ ପ୍ରଶାସନର ଆଖି ବେଶୀ ରହିଛି । ଯାଞ୍ଚ୍ କଡ଼ାକଡ଼ି କରାଯାଇଛି । ଏହାଫଳରେ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ଏକପ୍ରକାର ନିୟନ୍ତ୍ରଣ ଭିତରେ ରହିଛି । ବର୍ତ୍ତମାନ ସୁଦ୍ଧା କେଉଁଠି ହେଲେ କଣ୍ଟେନମେଣ୍ଟ୍ ଜୋନ୍ ଲାଗୁ କରିବା ଦରକାର ପଡ଼ିନି । ତଥାପି ଅମାନିଆଙ୍କୁ ସାବାଡ଼ କରିବା ଲାଗି ପ୍ରଶାସନ କଡ଼ା ଆଭିମୁଖ୍ୟକୁ ଆପଣେଇଛି । ଚଳିତ ମାସରେ କୋଷାଗୁମୁଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୩୬ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇ ଥିବାବେଳେ ୪୬ଜଣ ପିଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତ ପିଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି ।
ଦିନରେ ହେଉଥିବା ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ସାପ୍ତାହିକ ହାଟକୁ ବନ୍ଦ କରିଦେଇଛି । ମାସ୍କ ଯାଞ୍ଚ କଠୋର କରାଯାଇଛି । କୋଡ଼ିଙ୍ଗା ତହସିଲଦାର ତଥା ଏକଜିକୁ୍ୟଟିଭ୍ ମାଜିଷ୍ଟେ୍ରଟ ସବ୍ୟସାଚୀ ଜେନାଙ୍କ ନେତୃତ୍ୱରେ ପୁଲିସ ଓ ପ୍ରଶାସନିକ କର୍ମଚାରୀମାନେ ଅମାନିଆ ବ୍ୟକ୍ତି ଓ ଦୋକାନୀଙ୍କୁ ଯାଞ୍ଚ କରି ପ୍ରାୟ ୨ଲକ୍ଷ ୭୦ଜହାର ଟଙ୍କା ଜରିମାାନା ଆଦାୟ କରିଛନ୍ତି । ନାଇଟ୍ କର୍ଫୁ୍ୟ ବେଳେ ଲୋକେ ଘରୁ ବାହାରି ନଖିବା ବେଳେ ଆଜିଠାରୁ ସଟ୍ଡାଉନ ଯୋଗୁଁ ମଧ୍ୟ ବଜାର ଘାଟ ଶୂନଶାନ ହୋଇଯାଇଛି ।
ବ୍ଲକର ୨୬ଟି ପଞ୍ଚାୟତର ପ୍ରବାସୀଙ୍କ ପାଇଁ ଚିର୍ମା, ରାଜୋଡ଼ା, ତାରାଗାଁ, ବଡ଼ଗୁମୁଡ଼ା, ବି.ଏମ,ସେମଳା, ସନ୍ତୋଷପୁରଠାରେ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି । କୋଷାଗୁମୁଡ଼ା ବ୍ଲକର ୬ଟି ପଞ୍ଚାୟତର ୧୫ ଗ୍ରାମ ପଡେ଼ାଶୀ ଛତିଶଗଡ଼ ସୀମାକୁ ଲାଗି ରହିଛି । ସେହି ରାଜ୍ୟରେ କରୋନା ସ୍ଥିତି ବିଗିଡ଼ି ଯାଉଥିବାରୁ ଏହି ଅଞ୍ଚଳକୁ ଯେଭଳି ଅବାଧ ଚଳପ୍ରଚଳ ଦ୍ୱାରା ମାଡ଼ି ନଆସେ ସେଥିପ୍ରତି ପ୍ରଶାସନ କଡ଼ା ଦୃଷ୍ଟି ରଖିଛି ଓ ନାନା କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons