କୁକୁର ଆକ୍ରମଣରେ ହରିଣ ମୃତ

Get real time updates directly on you device, subscribe now.

ପଣ୍ଡୁଆ,(ବି.ବି.ନୁ୍ୟଜ): କାମାକ୍ଷାନଗର ବ୍ଲକ୍ କୁସୁମଯୋଡ଼ି ପଞ୍ଚାୟତ ମହୁଲି ଗ୍ରାମ ନିକଟରେ କୁକୁର ଆକ୍ରମଣରେ ଏକ ହରିଣର ମୃତୁ୍ୟ ହୋଇଛି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ସ୍ଥାନୀୟ ଜଙ୍ଗଲରୁ ଏକ ତୃଷାର୍ତ୍ତ ହରିଣ ପାଣି ଅନ୍ୱେଷଣରେ ଜନବସତି ଆଡ଼କୁ ପଳାଇ ଆସିଥିଲା । ମହୁଲି ଗ୍ରାମ ନିକଟରେ ହରିଣଟି ବୁଲୁଥିବା ବେଳେ କୁକୁର ପଲ ତାକୁ ଆକ୍ରମଣ କରିଥିଲେ । କୁକୁରଙ୍କ କବଳରୁ ବର୍ତ୍ତିବାକୁ ଉଦ୍ୟମ କରି ହରିଣଟି ବିଫଳ ହୋଇଥିଲା । କୁକୁର କାମୁଡ଼ି ହରିଣକୁ କ୍ଷତାକ୍ତ କରିଦେଇଥିଲେ । ମହୁଲି ଗାଁ ନିକଟରେ ଅପରାହ୍ନ ପ୍ରାୟ ୫ଟା ବେଳେ ହରିଣଟି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖଟୁଆହତା ବିଟ୍ର ବନ କର୍ମଚାରୀମାନେ ପହଞ୍ଚôବା ବେଳକୁ ହରିଣଟିର ମୃତୁ୍ୟ ହୋଇସାରିଥିଲା । ମୃତ ହରିଣକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କାମାକ୍ଷାନଗର ରେଞ୍ଜ କାର୍ଯ୍ୟାଳୟକୁ ପଠାଯାଇଥିବା ଜଣାଯାଇଛି । ମୃତ ହରିଣଟିର ବୟସ ୮ ବର୍ଷ ହୋଇଥିବା ବେଳେ ତାହାର ଓଜନ ୪୦ କେଜି ବୋଲି ବନ ବିଭାଗ ସୂତ୍ରରୁ ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons