କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

Get real time updates directly on you device, subscribe now.

ଭୁବନେଶ୍ଵର: ମହାମାରୀ କରୋନାର ଦ୍ଵିତୀୟ ଲହର ଅନେକ ସାମ୍ବାଦିକଙ୍କ ଜୀବନ ନେଇ ସାରିଛି। ଏହି କ୍ରମରେ ଆଜି ଓଡିଶାରେ ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ କରୋନାରେ ଦେହାନ୍ତ ଘଟିଛି। ସେ ହେଉଛନ୍ତି ପ୍ରୀତିମାନ ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରୀତିମାନ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସେ ଟାଇମ୍ସ ଅଫ ଇଣ୍ଡିଆର ସାମ୍ବାଦିକ ଥିଲେ। ଦୁଇ ଦଶନ୍ଧି ଧରି ସାମ୍ବାଦିକ କ୍ଷେତ୍ରରେ ସକ୍ରିୟ ଥିଲେ।
ମହାପାତ୍ର ଟାଇମ୍ସ ଅଫ ଇଣ୍ଡିଆର ଭୁବନେଶ୍ଵର ଏଡିସନରେ କାର୍ୟ୍ୟରତ ଥିଲେ। ଏଥିସହ ସେ ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ, ଭୁବନେଶ୍ଵରରେ କାମ କରିଥିଲେ। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ କମ୍ୟୁନିକେସନ, ଢେଙ୍କାନାଳରେ କ୍ୟାରିୟର ଆରମ୍ଭ କରିଥିଲେ।
ପ୍ରୀତିମାନଙ୍କୁ ମିଶାଇ କରୋନାର ଦ୍ଵିତୀୟ ଲହରରେ ଓଡିଶାରେ ୯ ଜଣ ସାମ୍ବାଦିକଙ୍କ ପରଲୋକ ଘଟିଲାଣି। କିଛି ଦିନ ପୂର୍ବେ ମାନସ ଜୟପୁରିଆଙ୍କ କରୋନାରେ ପ୍ରାଣହାନୀ ଘଟିଥିଲା। ସେ ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ୟ୍ୟ କରି ଆସୁଥିଲେ। ଏହି ପରି ସମ୍ବାଦର ସମ୍ବଲପୁର ଡିଜିଏମ ଦେବେନ୍ଦ୍ର ସାମନ୍ତରାୟ, ରରାଉରକେଲାର ବରିଷ୍ଠ ସାମ୍ବାଦିକ ଅଦ୍ଵିତୀୟ ପ୍ରସାଦ ବିଶ୍ଵାଳ, ଝାରସୁଗୁଡାର ଅମଜାଦ ବାଦଶାହାଙ୍କ ବ୍ୟତୀତ ଗଞ୍ଜାମର ୪ ରୁ ୫ ଜଣଙ୍କ କରୋନାରେ ପରଲୋକ ଘଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons