
ବ୍ରହ୍ମପୁର,(ବି.ବି.ନୁ୍ୟଜ): ସାରା ରାଜ୍ୟରେ ଏବେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି । ସୀମା ରାଜ୍ୟଗୁଡ଼ିକରେ ସୃଷ୍ଟି ହେଉଥିବା ନୂଆ ଷ୍ଟେ୍ରନ୍୍ ଓଡ଼ିଶା ପାଇଁ ଅଧିକ ବିପଦ ହେଉଛି । ଆନ୍ଧ୍ର ଷ୍ଟେ୍ରନ୍ ଅଧିକ ବିପଜ୍ଜନକ ଜଣାପଡ଼ିବା ପରେ ଓଡ଼ିଶା-ଆନ୍ଧ୍ର ସୀମା ସିଲ୍ କରିଛି ପୁଲିସ । ଆଜି ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ(ଡିଜିପି) ଅଭୟ ଦିନିକିଆ ବ୍ରହ୍ମପୁର ଗସ୍ତବେଳେ ଓଡ଼ିଶା-ଆନ୍ଧ୍ର ସୀମା ଚେକ୍ ପୋଷ୍ଟ୍କୁ ଯାଇ ଯାଞ୍ଚ୍ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ରରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ ଉପରେ ତୀକ୍ଷ୍ମ ନଜର ରଖିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଏହାସହ ପ୍ରବାସୀଙ୍କ ଅସୁବିଧା ନ ହେବା ଭଳି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ସୀମା ଚେକ୍ ପୋଷ୍ଟ୍ ପରିଦର୍ଶନ ସମୟରେ ଡିଜିପିଙ୍କ ସହ ଏଡିଜି(ଆଇନଶୃଙ୍ଖଳା) ଯଶବନ୍ତ ଜେଠୱା, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବି୍ରଜେଶ ରୟ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ । ଓଡ଼ିଶାର ୪ଟି ସୀମା ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯାଇଛି । କିନ୍ତୁ ଗିରିସୋଲା ସୀମାରେ ଗାଡ଼ି ଯାଞ୍ଚ୍ ପରେ ଛଡ଼ାଯାଉଛି । କୌଣସି ଯାତ୍ରୀଙ୍କ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ନ ଥିଲେ, ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନ୍ରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।
ଆଜି ସକାଳ ୯ଟାରେ ଡିଜିପି ଅଭୟ ଓ ଏଡିଜି(ଆଇନ ଶୃଙ୍ଖଳା) ଯଶବନ୍ତ ଜେଠୱା ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏଠାରେ ଡିଆଇଜି ଏବଂ ଗଞ୍ଜାମ ଓ ବ୍ରହ୍ମପୁର ଏସ୍ପିଙ୍କ ସହ କୋଭିଡ୍ ସ୍ଥିତି ଉପରେ ଆଲୋଚନା କରିଥିଲେ । କରୋନା ସଂକ୍ରମଣକୁ ରୋକିବାରେ ପୁଲିସ କର୍ମଚାରୀମାନେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିବା ସହ କଟକଣାକୁ ମାନି ପୁଲିସକୁ ସହଯୋଗ କରିଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମୀକ୍ଷା ସରିବା ପରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପଦୋନ୍ନତି ପାଇଥିବା କେତେକ ଅଫିସର ଓ ଜିଲ୍ଲାର କେତେକ ଦକ୍ଷ ଅଫିସରଙ୍କୁ କୋଭିଡ୍ ପରିଚାଳନା ସମ୍ପର୍କରେ ପଚାରିଥିଲେ । ଡିଆଇଜି କାର୍ଯ୍ୟାଳୟରେ ବିଭିନ୍ନ ପ୍ରସଙ୍ଗରେ ଅଫିସରମାନଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା-ଆନ୍ଧ୍ର ସୀମା ଗିରିସୋଲା ଚେକ୍ ପୋଷ୍ଟ୍ରେ ଡିଜିପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ପୂର୍ବରୁ ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ଓ ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର, ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ଉପସ୍ଥିତ ଥିଲେ । ସେଠାରୁ ଫେରିବା ସମୟରେ ସେ ଗୋଳନ୍ଥରା ଥାନା ବୁଲି କୋଭିଡ୍ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବାକୁ କିଭଳି ବ୍ୟବସ୍ଥା ହୋଇଛି ଅନୁଧ୍ୟାନ କରିଥିଲେ । ପରେ ଗୋସାଇଁନୂଆଗାଁ ଥାନା ମଧ୍ୟ ପରିଦର୍ଶନ କରିଥିଲେ । ବ୍ରହ୍ମପୁର ଗସ୍ତ ସରିବା ପରେ ଗଞ୍ଜାମ ପୁଲିସ ଜିଲ୍ଲାର ଚମାଖଣ୍ଡି ଥାନା ଓ ଗଞ୍ଜାମ ଥାନା ପରିଦର୍ଶନ କରିଛନ୍ତି ଡିଜିପି । ଥାନାରେ ପହଞ୍ଚି ଅଧିକାରୀଙ୍କ ସହ କୋଭିଡ୍ ସ୍ଥିତି ସମ୍ପର୍କରେ ପଚାରିଛନ୍ତି । ଥାନାରେ କିଭଳି ସତର୍କତା ଅବଲମ୍ବନ କରାଯାଇଛି ତାହା ପରିଦର୍ଶନ ସମୟରେ ଦେଖିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଡିଜିପିଙ୍କ ଗସ୍ତ ଉଭୟ ଜିଲ୍ଲା ପୁଲିସ କର୍ମଚାରୀଙ୍କ ମନୋବଳକୁ ସୁଦୃଢ଼ କରିଛି ।


Comments are closed, but trackbacks and pingbacks are open.