ଗାଁରେ ହେବ ଡୋର୍-ଟୁ-ଡୋର ଟେଷ୍ଟିଂ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗୁଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇ କରୋନା ସ୍ଥତିର ସମୀକ୍ଷା କରିଛନ୍ତି । ଗ୍ରାମୀଣ ଅଞ୍ଚଳରେ ସଂକ୍ରମଣ ଅଧିକ ମାତ୍ରା ବୃଦ୍ଧି ପାଉଛି । ଏଣୁ ଗାଁମାନଙ୍କରେ ଡୋର୍-ଟୁ-ଡୋର ଟେଷ୍ଟିଂ କରାଯାଉ ବୋଲି ମୋଦି ନିଦେ୍ର୍ଧଶ ଦେଇଛନ୍ତି । ଏହାବ୍ୟତୀତ ଗ୍ରାମୀଣ ଅଞ୍ଚଳରେ ହୋମ୍ ଆଇସୋଲେସନ ଏବଂ ଚିକିତ୍ସା ବ୍ୟବସ୍ଥା ଅଧିକ ମଜବୁତ କରିବା, ସମସ୍ତ ପ୍ରକାର ଚିକିତ୍ସା ଉପକରଣ ଯୋଗାଇବା ସହ ଅକ୍ସିଜେନ ଯୋଗାଣ ସୁନିଶ୍ଚିତ କରିବାକୁ ଏକ ନୀତି ପ୍ରସ୍ତୁତ କରିବାକୁ ମୋଦି ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟଗୁଡିକ କରୋନା ସଂକ୍ରମିତ ଓ ମୃତୁ୍ୟ ସମ୍ପର୍କିତ ତଥ୍ୟ ଲୁଚାଉଥିବା ବିଭିିନ୍ନ ମହଲରେ ଅଭିଯୋଗ ହେଉଛି । ରାଜ୍ୟଗୁଡିକ ବିନା ସଙ୍କୋଚରେ ପ୍ରକୃତ ତଥ୍ୟ ପ୍ରଦାନ କଲେ ପରିସ୍ଥିତିର ମୁକାବିଲା କରିବା ସରଳ ହେବ । ଏଣୁ କରୋନା ତଥ୍ୟ ନ ଲୁଚେଇବାକୁ ମୋଦି ରାଜ୍ୟଗୁଡିକୁ କହିଛନ୍ତି । ଆଶା ଏବଂ ଅଙ୍ଗନବାଡି କର୍ମଚାରୀ ମହାମାରୀ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଣୁ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯାଉ ବୋଲି ମୋଦି ବୈଠକରେ କହିଛନ୍ତି ।
ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ଟେଷ୍ଟିଂ ବୃଦ୍ଧି କରାଯାଉ ବୋଲି ମଧ୍ୟ ସେ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ବରିÂ ଅଧିକାରୀ ସାମିଲ ଥିଲେ । ଏହି ଅବସରରେ ଅଧିକାରୀମାନେ ଦେଶରେ ଟେଷ୍ଟିଂ ସମ୍ପର୍କିତ ସୂଚନା ଦେଇ କହିଥିଲେ, ମାର୍ଚ୍ଚ ମାସ ଆରମ୍ଭ ବେଳକୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ନମୁନା ପରୀକ୍ଷା କରାଯାଉଥିଲା । ଏବେ ପ୍ରତି ସପ୍ତାହରେ ୧.୩ କୋଟି ନମୁନା ପରୀକ୍ଷା ହେଉଛି । ଟେଷ୍ଟିଂ ବ୍ୟାପକ କରାଯାଇଥିବାରୁ ଦେଶରେ ସଂକ୍ରମଣ ହାର ହ୍ରାସ ହେଉଥିବା ଏବଂ ସୁସ୍ଥହାର ବୃଦ୍ଧି ପାଉଥିବା ସେ କହିଥିଲେ । ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
କେନ୍ଦ୍ର ଯୋଗାଉଥିବା ଭେଣ୍ଟିଲେଟରଗୁଡିକର ସଠିକ ଉପଯୋଗ କରା ଯାଇପାରୁନଥିବାରୁ ମୋଦି କ୍ଷୋଭକ୍ତି ପ୍ରକାଶ କରିଥିଲେ । ଏଥିନିମନ୍ତେ କେନ୍ଦ୍ର ସରକାର ପ୍ରଦାନ କରିଥିବା ଭେଣ୍ଟିଲେଟରଗୁଡିକର ବ୍ୟବହାର ସମ୍ପର୍କରେ ତକ୍ରାଳ ଭାବେ ଅଡିଟ୍ କରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons