ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ଆଜି ପବିତ୍ର ଅକ୍ଷୟ ତୃତୀୟରେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏଠାରେ ଅଖିମୁଠି ଅନୁକୂଳ କରିଛନ୍ତି । ସକାଳ ୭ଟା ବେଳେ ମନ୍ତ୍ରୀ ଡ. ସାହୁ ନୟାଗଡ଼ ବ୍ଲକ ଖେଡପଡ଼ା ଗ୍ରାମକୁ ଯାଇ ମୋଚିଆବଣି ଗହୀରରେ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ବିଲରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷ ଭଲ ଫସଲ ଅମଳ ହେବାକୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରି ମନ୍ତ୍ରୀ ଡ. ସାହୁ ନଡ଼ିଆ ଭାଙ୍ଗିଥିଲେ ।
ପରେ ଜମିରେ ଧାନ ବିହନ ବୁଣା ଯାଇଥିଲା । ମନ୍ତ୍ରୀ ଡ. ସାହୁ ବିଲରେ ହଳ ବୁଲାଇ ଚାଷ କାର୍ଯ୍ୟର ଶୁଭ ଅନୁକୂଳ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କହଁର, ଜନାର୍ଦ୍ଧନ ଦଳବେହେରା ଓ ହାତଗଣତି କେତେଜଣ କୃଷକ ଯୋଗ ଦେଇଥିଲେ । ସମସ୍ତେ କୋଭିଡ୍ ନିୟମ ପାଳନ କରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଥିଲେ । ଶନିବାର ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଥିବା ବେଳେ କାର୍ଯ୍ୟକ୍ରମରେ ଲୋକଙ୍କ ଗହଳିଚହଳି ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons