ବନଯାଗ ବିଧିରେ ରଥ ନିର୍ମାଣ ଅନୁକୂଳ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରାର ଦ୍ୱିତୀୟ ପର୍ବ ଆରମ୍ଭ ହୋଇଛି । ଯାତ୍ରାର ମୁଖ୍ୟ ଆକର୍ଷଣ ତିନି ରହସ୍ୟମୟ ରଥର ନିର୍ମାଣ ଅନୁକୂଳ ବିଧି ଶନିବାର ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସାମ୍ନାରେ ସମ୍ପନ୍ନ ହୋଇଛି । ବିନା ଭକ୍ତରେ ଅନୁପାଳିତ ଏହି ବିଧିରେ ଦେଉଳ ପୁରୋହିତଙ୍କ ନେତୃତ୍ୱରେ ବନଯାଗ ଅନୁÂିତ ହୋଇଥିଲା । ନୃସିଂହ ମନ୍ତ୍ରରେ ଅନୁÂିତ ହୋମ ଯଜ୍ଞରେ ୧୦୩ ଆହୁତି ଅର୍ପଣ କରାଯାଇଥିଲା । ଏହା ପରେ ଅସ୍ଥାୟୀ କୁଡ଼ିଆରେ ଚାଲିଥିବା ହୋମଯଜ୍ଞ ପୀଠ ନିର୍ମାଣ ହୋଇଥିଲା । ଦକ୍ଷିଣକାଳୀ ମନ୍ତ୍ରରେ ତିନି ରଥ ନିର୍ମାଣ ପାଇଁ ପ୍ରସ୍ତୁତ ତିନୋଟି କୁରାଢ଼ୀକୁ ଯଜ୍ଞପୀଠରେ ଅଧିବାସିତ କରାଯାଇଥିଲା ।
ଅପରାହ୍ନ ୪ଟା ସୁଦ୍ଧା ତିନି ରଥ ନିର୍ମାଣ ଅନୁକୂଳ ପର୍ବ ସମ୍ପନ୍ନ ହୋଇଥିଲା । ତିନି ରଥ ନିର୍ମାଣ ଅନୁକୂଳରେ ୭ ବିଶ୍ୱକର୍ମା, ୫ ଭୋଇ ସେବକ, ୩ କମାର, ୬ ରୂପକାର, ଜଣେ କରତୀ ସେବକ ସାମିଲ ହୋଇଥିଲେ । ଏହି ସେବକମାନେ ଆସନ୍ତାକାଲି ଠାରୁ ନୀଳାଦି୍ର ଭକ୍ତ ନିବାସ ଠାରେ ରହିବାର ବ୍ୟବସ୍ଥା ହୋଇଛି । ସେମାନେ ଆଜିଠାରୁ ହବିଷ୍ୟାନ୍ନ ବ୍ରତ ଧାରଣ କରିଛନ୍ତି । ରଥ ନିର୍ମାଣ ଅନୁକୂଳ ପର୍ବରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଳ ସିଂ, ଉପ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ ।
ରଥ ନିର୍ମାଣ ପାଇଁ ପୂଜାପଣ୍ଡା ସେବକ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ରଥ ଖଳାରେ ପହଞ୍ଚିଥିଲେ । ରଥଖଳାରେ ପ୍ରସ୍ତୁତି ତିନୋଟି କାଠଗଣ୍ଡିକୁ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ତ୍ରରେ ପୂଜା ସଂସ୍କାର କରାଯାଇଥିଲା । ଏହା ପରେ ଦେଉଳ ପୁରୋହିତ ତିନି କୁରାଢ଼ୀରେ ତିନି ରଥ ପାଇଁ ଉଦ୍ଧିଷ୍ଟ ତିନି ଗଣ୍ଡିକୁ ସ୍ପର୍ଶ କରି ଅନୁକୂଳ ପୂଜାର୍ଚ୍ଚନା କରିଥିଲେ । ପରେ ଶାଢ଼ୀ ବାନ୍ଧି ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ପୂଜା ତଥା ସଂସ୍କାରିତ ତିନି କାଠ ଗଣ୍ଡିରେ କୁରାଢ଼ୀ ସ୍ପର୍ଶ କରି ନିର୍ମାଣ ଅନୁକୂଳ ପର୍ବ ପାଳନ କରିଥିଲେ ।
ଅସୁସ୍ଥତା କାରଣରୁ ଗଜପତି ମହାରାଜାଙ୍କ ପ୍ରତିନିଧି ରାଜଗୁରୁ ଏହି ବିଧିରେ ସାମିଲ ହୋଇ ପାରି ନଥିଲେ । ରଥ ନିର୍ମାଣ ଯଜ୍ଞରେ ଦେଉଳ ପୁରୋହିତ, ମୁଖ୍ୟ ଆଚାର୍ଯ୍ୟ, ସମ୍ବିତ ଆଚାର୍ଯ୍ୟ, ବ୍ରହ୍ମାବରଣ, ସ୍ୱସ୍ତି ବାଚକ, ମନ୍ତ୍ର ଯାପକ ପ୍ରମୁଖ ବ୍ରାହ୍ମଣ ଉପସ୍ଥିତ ଥିଲେ । ଦେଉଳ ପୁରୋହିତ ଓ ରାଜଗୁରୁଙ୍କ ବ୍ୟତୀତ ୭ ବ୍ରାହ୍ମଣଙ୍କୁ ଯଜ୍ଞବିଧିରେ ସାମିଲ ହେବାକୁ ଅନୁମତି ମିଳିଥିଲା ।
ଅନୁକୂଳ ପର୍ବରେ ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା, ବଡ଼ଠାକୁରଙ୍କ ରଥ ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନୃସିଂହ ମହାପାତ୍ର, ରଥ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ବ୍ୟତୀତ କମାର, ରୂପକାର, ଚିତ୍ରକାର, କରତୀ ସେବାର ମୁଖ୍ୟମାନେ ଶାଢ଼ୀ ବନ୍ଧିଥିଲେ । ଶାଢ଼ୀ ବନ୍ଧା ପର୍ବ ଓ ରଥ ନିର୍ମାଣ ଅନୁକୂଳ ପରେ ଚର୍ଚ୍ଚିକାଙ୍କ ପୀଠରେ ରଥ ନିର୍ମାଣ ସଫଳ କରିବାକୁ ଏହି ସେବକମାନେ ପୂଜାର୍ଚ୍ଚନା କରିଥିଲେ । ରଥ ନିର୍ମାଣ ସହ ଯୋଡ଼ି ହୋଇ ରହିଥିବା ୨୭ ସେବକ ମୁଖ୍ୟଙ୍କୁ ପର୍ଯ୍ୟାୟ କ୍ରମେ ଶାଢ଼ୀ ବନ୍ଧାଯିବ । ଆସନ୍ତାକାଲି ଠାରୁ ତିନି ରଥ ଚକର ତୁମ୍ବ ନିର୍ମାଣ କାମ ଅନୁକୂଳ ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons