‘ଅର୍ଗସ’ର ସାଟେଲାଇଟ୍ ଯାତ୍ରା ଶୁଭାରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାନବ ସେବା ହିଁ ମାଧବ ସେବା । ଆଜିକା ସମୟରେ ଠିକ୍ ସମୟରେ ସଠିକ୍ ସମ୍ବାଦ ପରିବେଷଣ ମଧ୍ୟ ମାନବସେବା । ଆଉ ଓଡ଼ିଆ ଚ୍ୟାନେଲ୍ ଅର୍ଗସ ଏପରି କାର୍ଯ୍ୟ ସୂଚାରୁ ଭାବେ ସମ୍ପାଦନ କରିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଶନିବାର ଡିଜିଟାଲ୍ ପ୍ଲାଟଫର୍ମରେ ଥିବା ଅର୍ଗସର ସାଟେଲାଇଟ୍ର ଉଦ୍ଘାଟନ ଉତ୍ସବକୁ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକାର୍ପଣ କରି କେନ୍ଦ୍ରମନ୍ତ୍ରୀ ସୀତାରମଣ କହିଛନ୍ତି, ନିରପେକ୍ଷତାର ସହ ସାଧାରଣ ଲୋକ ବୁଝିପାରୁଥିବା ଭାଷାରେ ଖବର ପହଞ୍ଚାଇବା ହିଁ ଗଣମାଧ୍ୟମର ମୂଳମନ୍ତ୍ର ହେଉ । ଶୁଦ୍ଧ ଓଡ଼ିଆ ଭାଷାରେ ଖବର ପ୍ରସାରଣ ଓଡ଼ିଶା ମାଟି ପାଇଁ ଏକ ବଡ଼ ସେବା ହେବ । ଓଡିଶାର ସଂସ୍କୃତି ଓ ନାରୀ ସଶକ୍ତିକରଣ ଉପରେ ସେ ଆଲୋକପାତ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଉକ୍ରଳର ମହାନ ପରମ୍ପରା ଉପରେ ମଧ୍ୟ ମତ ରଖିଥିଲେ ସୀତାରମଣ ।
କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖିକା ପ୍ରତିଭା ରାୟ କହିଲେ, ଓଡ଼ିଶାର କୃଷି, ସାହିତ୍ୟ ଓ ସଂସ୍କୃତିକୁ ଏ ଗଣମାଧ୍ୟମ ନିÂାର ସହ ଦେଖାଇବ । ସମାଜରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବାକୁ ଗଣମାଧ୍ୟମ ଚେଷ୍ଟା କରିବା ଦରକାର । ଅର୍ଗସ ନିଶ୍ଚୟ ଆମ ମାଟିର କଥା କହିବ ଏବଂ ଓଡ଼ିଆ ଭାଷାର କଥା କହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସମ୍ମାନିତ ଅତିଥି ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ କବିତା ଆବୃତ୍ତିି କରି ଓଡିଶାର କଳା ସଂସ୍କୃତିକୁ ବଖାଣି ଥିଲେ । ଅର୍ଗସ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ । ଅର୍ଗସର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ଅର୍ଗସର ୩ ବର୍ଷର ଯାତ୍ରା ଉପରେ ଆଲାକପାତ କରିଥିଲେ । ସତ୍ୟର ସନ୍ଧାନ ସହ ଅର୍ଗସ ସବୁବେଳେ ତୃଣମୂଳ ତଥା ସାଧାରଣ ଗରିବ ଲୋକଙ୍କୁ ଖବରର କେନ୍ଦ୍ରବିନ୍ଦୁ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons