କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର୍ ସ୍ୱିଙ୍ଗ ଆଡଜର୍ପସନ (ପିଏସ୍ଏ) ମେଡିକାଲ୍ ଅrିଜେନ୍ ପ୍ଲାଣ୍ଟର ବ୍ୟବସ୍ଥା କରିବା ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୧ଟି ପିଏସ୍ଏ ପ୍ଲାଣ୍ଟ ସ୍ଥାପନ ହେଉଥିବା ବେଳେ ଏଭଳି ଆହୁରି ୧୫ଟି ଜିଲ୍ଲାରେ ୧୯ଟି ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତ କୋଭିଡ୍-୧୯ର ଦ୍ୱିତୀୟ ଲହର ସହ ଲଢେ଼ଇ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ମୁକାବିଲା ପାଇଁ ବଳିÂ ପଦକ୍ଷେପ ନେବା ତଥା ରାଜ୍ୟଗୁଡ଼ିକୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ଆହ୍ୱାନ କରିଛନ୍ତି । ସେହିପରି ଓଡ଼ିଶାରେ କୋଭିଡ୍ ପ୍ରସ୍ତୁତି ଓ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବାରୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ ମାସରେ ଜନସ୍ୱାସ୍ଥ୍ୟ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତ ବର୍ଷରେ ପିଏମ୍ କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପିଏସ୍ଏ ମେଡିକାଲ ଅrିଜେନ୍ ପ୍ରତିÂା ପାଇଁ ଜରୁରିକାଳୀନ ମଞ୍ଜୁରୀ ଦେଇଥିଲେ । ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ଆବଣ୍ଟନ କରିଥିଲେ । ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସ୍ଏ ପ୍ଲାଣ୍ଟ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରୁ ଡିଆର୍ଡିଓ ଦ୍ୱାରା ୭ଟି, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପିଏମ୍ କେୟାର୍ସ ଫଣ୍ଡରୁ ୭ଟି ପିଏସ୍ଏ ପ୍ଲାଣ୍ଟ ପ୍ରତିÂା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଓଡ଼ିଶାରେ କୋଭିଡ୍-୧୯ର ଦ୍ୱିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧିକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ୧୯ ପିଏସ୍ଏ ମେଡିକାଲ ଅrିଜେନ ପ୍ଲାଣ୍ଟ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଏଁ ଏବଂ କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଲେଖାଏଁ ଅrିଜେନ୍ ପ୍ଲାଣ୍ଟ ସ୍ଥାପନା ପାଇଁ ସେ ଅନୁରୋଧ କରିଛନ୍ତି ।
ଏହି ପ୍ଲାଣ୍ଟଗୁଡ଼ିକ ପ୍ରତିÂା ହେଲେ ଓଡ଼ିଶାର କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ । ତେଣୁ ଏହି ସଂକଟ ସମୟରେ ତୁରନ୍ତ ଏଭଳି ପଦକ୍ଷେପ ନେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଅନୁରୋଧ କରିଛନ୍ତି । ଏହି ସମୟୋପଯୋଗୀ ପଦକ୍ଷେପ ରାଜ୍ୟର ବିଭିନ୍ନ ସ୍ଥାନରେ ବାସ କରୁଥିବା ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons