କୋଭିଡ ସ୍ଥିତି, ମାଓ ସମସ୍ୟାର ସମୀକ୍ଷା କଲେ ଡିଜିପି

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ । ସୀମାନ୍ତ ମୋଟୁ ଚେକପୋଷ୍ଟ ପରିଦର୍ଶନ କରିବା ସହ କୋଭିଡ ସ୍ଥିତି ଓ ମାଓ ସମସ୍ୟା ସମ୍ପର୍କରେ ସମୀକ୍ଷା କରଥିଲେ । ସ୍ୱତନ୍ତ୍ର ହେଲିକେପ୍ଟରରେ ଆଜି ଡିଜିପି ଶ୍ରୀ ଅଭୟ, ଗୁଇନ୍ଦା ବିଭାଗ ନିଦେ୍ର୍ଧଶକ ଶ୍ରୀ ଆର.କେ. ଶର୍ମା ଓ ଆଇଜି ପ୍ରବିଣ କୁମାର ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସଡ଼କ ପଥରେ ମାଓପ୍ରବଣ ଏମ୍ଭି ୮୮ ଗାଁରେ ପହଞ୍ଚି ଏକ ନୂତନ ପୁଲିସ ଫାଣ୍ଡି ଉଦ୍ଘାଟନ କରିଥିଲେ । ପରେ ବିଏସ୍ଏଫ କ୍ୟାମ୍ପ ପରିଦର୍ଶନ କରିବା ସହ ବିଏସଏଫ ଯବାନଙ୍କ ସହ ଆଲୋଚନା କରିଥିଲେ । କ୍ୟାମ୍ପ୍ରେ କୋଭିଡ ସ୍ଥିତି ଓ ମାଓ ସମସ୍ୟା ସଂପର୍କରେ ଉଚ୍ଚପୁଲିସ ଅଧିକାରୀ ଓ ବିଏସ୍ଏଫ୍ ଅଧିକାରୀଙ୍କ ସହ ସମୀକ୍ଷା କରଥିଲେ । ପରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ଛତିଶଗଡ଼,ଓଡ଼ିଶା ସୀମାନ୍ତ ୪ଟି ରାଜ୍ୟର ମୁଖ୍ୟପ୍ରବେଶ ଦ୍ୱାର ମୋଟୁ ଚେକ ପୋଷ୍ଟ ପରିଦର୍ଶନ କରିଥିଲେ । ଏହି ଚେକ ପୋଷ୍ଟ ଦେଇ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ । ସେଠାରେ ମୂତୟନ ଅଧିକାରୀଙ୍କ ସହ କୋଭିଡ ସ୍ଥିତି ଓ ପରିଚାଳନା ସଂପର୍କ ପଚାରି ିବୁଝିଥିଲେ । ପରେ ୪ଟି ରାଜ୍ୟ ସୀମାନ୍ତ ପ୍ରତିକ ମୁଗିପଏଣ୍ଟ ଓ ମଧୂସୁଦନ ପାର୍କ ପରିଦର୍ଶନ କରିଥିଲେ । ଡିଜିପିଙ୍କ ସହ ମାଲକାନଗିରି ଜିଲ୍ଲା ଏସ୍ପି ରିଶିକେଶ ଡି ଖିଲାରୀ,ଅନ୍ୟ ପୁଲିସ ଅଧିକାରୀ,ବିଏସ୍ଏଫ୍ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ପରିଚାଳନା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଥିବାରୁ ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଏଠାରେ ବହୁତ କମ କରୋନା ସଂକ୍ରମଣ ଦେଖାଦେଇଛି । ପଡୋଶୀ ରାଜ୍ୟ ଛତିଶଗଡ଼ରେ ଶତାଧିକ ମାଓବାଦୀ କରୋନା ଆକ୍ରାନ୍ତ ହେବା ସହ ଏଥିରେ କେତେକ ମାଓବାଦୀଙ୍କ ମୃତୁ୍ୟ ଘଟିଥିବା ସୂଚନା ମିଳିଛି । କିଛି ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଛନ୍ତି । ଠିକ୍ ସେହିପରି ଆନ୍ଧ୍ର ଓଡ଼ିଶା ସୀମାନ୍ତରେ କିଛି ମାଓବଦୀ ମଧ୍ୟ କରୋନା ସଂକ୍ରମଣ ହୋଇଥିବାର ସୁଚନା ମିଳିଛି । ସେମାନେ ମାଓପ୍ରବଣ ଗ୍ରାମଗୁଡ଼ିକରେ ବୁଲୁଥିବାରୁ ସାଧାରଣ ଲୋକେ କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି , ତେଣୁ ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ମାଗଣାରେ କୋଭିଡ ଟିକା ଦେବା ସହ କରୋନା ଚିକିତ୍ସା ଓ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଡିଜି ପ୍ରକାଶ କରିଥଲେ । ମାଓଦମନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆଗକୁ ମାଓଦମନ ପାଇଁ ଅପରେସନକୁ ଯୋରଦାର କରାଯିବ ବୋଲି ଡିଜିପି ଶ୍ରୀ ଅଭୟ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons