ମହିଳାଙ୍କୁ ପ୍ରତାରଣା, ପୁଲିସର ଅସହଯୋଗ ଅଭିଯୋଗ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ବିବାହର ୫ ବର୍ଷ ପରେ ମହିଳାଙ୍କୁ ପ୍ରତାରଣା ଅଭିଯୋଗ । ଏଭଳିକି ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ବେଳେ ପୁଲିସରେ ଅଭିଯୋଗ କଲେ ମଧ୍ୟ କୌଣସି ସହଯୋଗ ମିଳୁ ନାହିଁ । ଏନେଇ ମହିଳାଜଣଙ୍କ ଆଜି ଏସପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱରର ଜଣେ ମହିଳା ଜେକେପୁରର ସଞ୍ଜୀବ ବେହେରା ନାମକ ଯୁବକଙ୍କ ସହ ୨୦୧୬ରେ ପ୍ରେମ ବିବାହ କରିଥିଲେ । ଭୁବନେଶ୍ୱର ରାମ ମନ୍ଦିରରେ ଏହି ମହିଳାଜଣଙ୍କ ସଞ୍ଜୀବଙ୍କ ସହ ବିବାହ କରିବା ପରଠାରୁ ପତିପନôୀ ଭାବେ ରହିଆସୁଥିଲେ । ଗତ ୭ ତାରିଖରେ ସଞ୍ଜୀବ ଅନ୍ୟଜଣଙ୍କୁ ବିବାହ କରିଥିବା ମହିଳା ଜଣଙ୍କ ସୂଚନା ପାଇଥିଲେ । ସୂଚନା ପାଇବା ପରେ ସେ ରାୟଗଡ଼ା ଆସି ସଞ୍ଜୀବଙ୍କୁ ଖୋଜି ତାଙ୍କ ଜେକେପୁର ଘରକୁ ଯାଇଥିଲେ । ସଞ୍ଜୀଙ୍କ ସହ ଭେଟ ହେବାପରେ ମହିଳାଙ୍କୁ ନିଜ ଘରକୁ ନନେଇ ରାୟଗଡ଼ାର ଏକ ହୋଟେଲରେ ରଖିଥିଲେ । ଗତ ୧୨ ତାରିଖରେ ହୋଟେଲରେ ରଖିବା ପରେ ସଞ୍ଜୀବ ତାଙ୍କ ପରିବାର ସହ କେଉଁଆଡେ଼ ଫେରାର ହୋଇଯାଇଥିବା ମହିଳାଜଣଙ୍କ ଅଭିଯୋଗ କରିଛନ୍ତି । ସଞ୍ଜୀବଙ୍କୁ ଖୋଜି ନପାଇବା ପରେ ସେ ଥାନାକୁ ଯାଇଥିଲେ । ସେଠାରେ ଏକ ମାମଲା ରୁଜୁ କରିଛନ୍ତି । ତେବେ ପୁଲିସ ଏହି ମାମଲାରେ ଯେଭଳି ପଦକ୍ଷେପ ଗ୍ରହଣ କରିବା କଥା ସେଭଳି କରି ନଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏଭଳିକି ତାଙ୍କୁ ପୁଲିସ ଅସହଯୋଗ କରୁଥିବା ନେଇ ଆଜି ଏସପିଙ୍କୁ ଭେଟି ଜଣାଇଥିଲେ । ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଆଗରେ ଦୀର୍ଘ ସମୟ ଧରି ମହିଳାଜଣଙ୍କ ରାସ୍ତା ଉପରେ ବସିରହିଥିଲେ । ଏହା ଦେଖିବା ପରେ କେତେକ ସ୍ୱେଚ୍ଛାସେବୀ ଏସପିଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ପରେ ମହିଳାଜଣଙ୍କ ପୁଲିସ କାର୍ଯ୍ୟାଳୟରେ ଏସପିଙ୍କୁ ଭେଟି ତାଙ୍କ ଅଭିଯୋଗ ଦାଖଲ କରିଛନ୍ତି । ଏ ସମ୍ପର୍କରେ ଏସଡିପିଓ ଦେବଜ୍ୟୋତି ଦାଶଙ୍କୁ ପଚାରିବାରେ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons