
କୁନ୍ଦୁରା,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୁନ୍ଦୁରା ବ୍ଲକ୍ କାର୍ଯ୍ୟାଳୟ ଏବଂ ସ୍ୱେଚ୍ଛାସେବୀ ଅନୁÂାନ ହର୍ଷଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଡିଓ ସ୍ନେହପ୍ରଭା ମାଝୀ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ବ୍ଲକ୍ର ବିଭି୍ନ ପଞ୍ଚାୟତର ଗାଁ ଗାଁ ବୁଲି ଲୋକଙ୍କୁ ମହାମାରୀର ଭୟାବହତା ସମ୍ପର୍କରେ ବୁଝାଇବା ସହ ଲୋକେ କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ ସଚେତନ କରିବ । ବିଶେଷକରି ମୁହଁରେ ମାସ୍କ ପିନ୍ଧିବା, ସାବୁନ୍ରେ ଭଲଭାବେ ବାରମ୍ବାର ହାତକୁ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଭିଡ ସ୍ଥାନକୁ ନଯିବା ସମ୍ପର୍କରେ ବୁଝାଇବ । ଏଥିସହ ହାତ ଧୋଇବାର ଉପଯୁକ୍ତ କୌଶଳ ସମ୍ପର୍କରେ ଗାଁ ଲୋକଙ୍କୁ ସଂସ୍ଥାର କର୍ମଚାରୀମାନେ ପ୍ରଶିକ୍ଷଣ ଦେଉଛନ୍ତି । କୋଭିଡ୍ ଟିକା ନେବା ଲାଗି କର୍ମଚାରୀମାନେ ଲୋକଙ୍କ ନାଁ ଅନ୍ଲାଇନ୍ରେ ପଞ୍ଜୀକରଣ କରାଉଛନ୍ତି । ପଞ୍ଚାୟତରେ ସଂଯୋଜକ ଏବଂ ସିଏସ୍ପିମାନେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଓଙ୍କ ସମେତ ତହସିଲଦାର ଆୟୁବ ମଣ୍ଡଳ, ଦାଶରଥୀ ପାଢି, ପିଇଓ ଗଣେଶ ମହାନନ୍ଦିଆ, ବ୍ରଜବନ୍ଧୁ ସାହୁ, ନିରଞ୍ଜନ ପାଣି, ସାମୁଏଲ ହରିଜନ, ଦିଲ୍ଲୀପ ଗୌଡ, କିଶୋର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.