କାର୍ଯ୍ୟକାରୀ ହେଉନି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ୨ ପ୍ରକଳ୍ପ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଟି ପ୍ରକଳ୍ପ ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଛି । କ୍ୱାର୍ଟରରେ ବିଦୁ୍ୟତ୍ ସଂଯୋଗ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ । ଏଥିଯୋଗୁ ଆଜି ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନି । ସେହିପରି ଉଚ୍ଚଶକ୍ତି ସଂପନ୍ନ ବିଦୁ୍ୟତ୍ ତାରକୁ ସ୍ଥାନାନ୍ତର କରାଯାଉନଥିବାରୁ ଦୀର୍ଘ ୮ ମାସ ହେଲା ଡ୍ରଗ୍ ୱେୟାର ହାଉସ୍ର ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ, ଗ୍ରାମ୍ୟ ଉନ୍ନୟନ, ବିଦୁ୍ୟତ୍ ଓ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସମନ୍ୱୟ ଅଭାବରୁ ଏସବୁ ପ୍ରକଳ୍ପ କୌଣସି କାମରେ ଆସୁନି । କାର୍ଯ୍ୟକ୍ଷମ କରାଯାଉନଥିବାରୁ ନବନିର୍ମିତ କ୍ୱାର୍ଟର ଅସାମାଜିକଙ୍କ ଆଡ୍ଡା ପାଲଟିଛି । କ୍ୱାର୍ଟର ପରିସରରେ ପଡିରହିଛି ଏକାଧିକ ମଦ ବୋତଲ । ହସ୍ତାନ୍ତର ଓ ଲୋକାର୍ପଣ ନହେବା ଆଗରୁ ଦୁଇଟି ପ୍ରକଳ୍ପ ଏବେ ମରାମତି ଅପେକ୍ଷାରେ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬-୧୭ ଆର୍ଥିକ ବର୍ଷରେ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଲାଗି ୨ଟି ପ୍ରକଳ୍ପ, ୪୦ ଲକ୍ଷ ଟଙ୍କା ବ୍ୟୟରେ ଡ୍ରଗ୍ ୱେୟର ହାଉସ୍, ୩୨ ଲକ୍ଷ ଟଙ୍କା ବ୍ୟୟରେ ଡି ଟାଇପ୍ ଏବଂ ୩୨ ଲକ୍ଷ ଟଙ୍କା ବ୍ୟୟରେ ଏଫ୍ ଟାଇପ୍ କ୍ୱାର୍ଟର ନିର୍ମାଣ ଲାଗି ମଞ୍ଜୁର କରିଥିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ । ଅନୁଦାନ ଯୋଗାଇବା ସହ ଏହାର ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଥିଲା । ଟେଣ୍ଡର ଡକାଯାଇ ପ୍ରଥମ ୨ଟି ପ୍ରକଳ୍ପ ନିର୍ମାଣ କରିବା ଲାଗି ଠିକାଦାର ସନ୍ତୋଷ କୁମାର ସାହୁଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ସେହିପରି ତୃତୀୟ ପ୍ରକଳ୍ପର କାର୍ଯ୍ୟାଦେଶ ପାଇଥିଲେ ଠିକାଦାର ସୀମାଞ୍ଚଳ ଚୌଧୁରୀ । ଡି ଟାଇପ୍ କ୍ୱାର୍ଟର ଓ ଏଫ୍ ଟାଇପ୍ କ୍ୱାର୍ଟର ନିର୍ମାଣ ଶେଷ ହୋଇ ଦୀର୍ଘ ବର୍ଷ ବିତିଯାଇଛି । ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ଉଭୟ କ୍ୱାର୍ଟରରେ ବିଦୁ୍ୟତ୍ ବିଭାଗ ପକ୍ଷରୁ ବିଜୁଳି ସଂଯୋଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇନାହିଁ । ବିଦୁ୍ୟତ୍ ସଂଯୋଗ ଓ ପାନୀୟଜଳ ବ୍ୟବସ୍ଥା କରାଯାଇନଥିବାରୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ । ସେହିପରି ଡ୍ରଗ୍ ୱେୟର ହାଉସ୍ ନିର୍ମାଣସ୍ଥଳରେ ୧୧ କେଭି ବିଦୁ୍ୟତ୍ ତାର ଯାଇଛି । ଏହାକୁ ସ୍ଥାନାନ୍ତର କରାଯାଉନଥିବାରୁ ଦୀର୍ଘ ୮ ମାସ ହେଲା ଅଧାରେ ଅଟକିଯାଇଛି ନିର୍ମାଣ କାର୍ଯ୍ୟ । ସ୍ଥାନାନ୍ତର ଲାଗି ବିଦୁ୍ୟତ୍ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯିବା ସହ ଆବଶ୍ୟକ ପାଣ୍ଠି ପ୍ରଦାନ କରାଯାଇଛି । କିନ୍ତୁ ଦୁଃଖର ବିଷୟ, ଏ ଭିତରେ ଦୀର୍ଘ ୮ ମାସ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାଫଳରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ।
ଦୁଇଟି କ୍ୱାର୍ଟର ନିର୍ମାଣ ସରିଥିଲେ ବି ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଲୋକାର୍ପଣରେ ଅହେତୁକ ବିଳମ୍ବକୁ ନେଇ ନିଜ ଅକ୍ଷମତା ପ୍ରକାଶ କରାଯାଇଛି । ଅନ୍ୟ ବିଭାଗର ଅବହେଳା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଛି । ସେହିପରି ୧୧ କେଭି ବିଦୁ୍ୟତ୍ ତାର ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିବା ଲାଗି ନିଦେ୍ର୍ଧଶ ମିଳିଥିବା କହିଛନ୍ତି କୋରାପୁଟ ବିଦୁ୍ୟତ୍ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ।
୨ଟି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବି ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଛି । କ୍ୱାର୍ଟର ପରିସରରେ କୁଢ କୁଢ ଆବର୍ଜନା ସହ ମଦ ବୋତଲ ପୂରା ପରିବେଶକୁ ଅପରିଷ୍କାର କରିଦେଇଛି । କ୍ୱାର୍ଟର ନିର୍ମାଣ କିମ୍ବା ରକ୍ଷଣାବେକ୍ଷଣ କରିବା ଲାଗି ବିଭାଗ ପକ୍ଷରୁ କୌଣସି ସୂଚନା କିମ୍ବା ତଥ୍ୟ ଦିଆଯାଇନଥିବା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି । ୪ଟି ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଭିତ୍ତିଭୂମିର ବିକାଶରେ ବାଧକ ସୃଷ୍ଟି ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ପ୍ରଶ୍ନ ଉଠୁଛି, ୨ଟି ପ୍ରକଳ୍ପ ନିର୍ମାଣ ହୋଇଥିଲେ ବି କେଉଁଠି ଅସୁବିଧା ରହିଛି ଏବଂ କେଉଁ କାରଣ ପାଇଁ ୧୧ କେଭି ସ୍ଥାନାନ୍ତର ବିଳମ୍ବ ହେଉଛି, ତାହାର ତଦନ୍ତ କରାଯାଇ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons