କୋଭିଡ୍ ଡାକ୍ତରଖାନାରେ ଭିଆଇପି କଲଚର!

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଆମ ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ହେଲେ ଦୁଃଖର ବିଷୟ, ଶାସନ ବ୍ୟବସ୍ଥାରୁ ଅନେକ ଭିଆଇପି କଲଚର ଏଯାଏଁ ହଟିପାରିନି । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲା କୋଭିଡ୍ ହସ୍ପିଟାଲ୍ରେ । ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ଡାକ୍ତରଖାନାରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଉପର ମହଲାର ସ୍ୱତନ୍ତ୍ର ଗୃହ ପ୍ରବେଶ ଦ୍ୱାରରେ ୬ଟି ସାଧାରଣ ଶଯ୍ୟା ଜୁଡିସିଆଲ୍ କର୍ମଚାରୀଙ୍କ ପାଇଁ ସଂରକ୍ଷଣ ଥିବା ଉଲ୍ଲେଖ ରହିଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରି୍ରୟା ପ୍ରକାଶ ପାଇଛି ।
ବୁଦ୍ଧିଜୀବୀମାନେ କହିଛନ୍ତି, ଗୋଟିଏ ପଟେ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଅନେକ ଜୀବନ ଦୀପ ଲିଭିଯାଉଛି । ଦ୍ୱିତୀୟ ଲହରରେ ବହୁ ବିଳମ୍ବରେ ହେଉ ପଛେ ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ଆଜିଠାରୁ ୧୨ଟି ଆଇସିୟୁ ଏବଂ ୪ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରାଯାଇଛି । ଆଗରୁ ୮୪ଟି ଅrିଜେନ୍ ସଂଯୋଗ ଶଯ୍ୟା, ୧୦୦ଟି ସାଧାରଣ ଶଯ୍ୟା ରହିଥିଲା । ମୋଟ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ଡାକ୍ତରଖାନାରେ ବର୍ତ୍ତମାସ ୭୦ ଜଣ ରୋଗୀ ଚିକିିତ୍ସିତ ହେଉଥିବା ଜଣାପଡିଛି । କରୋନା କବଳରେ ପଡ଼ିଛନ୍ତି ବିଭିନ୍ନ ବର୍ଗର ମଣିଷ । କେଉଁ ନିର୍ଦ୍ଧିଷ୍ଟ ବର୍ଗ କିମ୍ବା କେଉଁ ଗୋÂୀ ଆକ୍ରାନ୍ତ ହେଉଛନ୍ତି, ତାହାର କୌଣସି ମାନେ ନାହିଁ । ଧନୀ, ଗରିବ, ଖଟିଖିଆ ସମସ୍ତଙ୍କୁ କବଳିତ କରିସାରିଲାଣି କରୋନା । ଏଭଳି ସ୍ଥିତିରେ ଚିକିତ୍ସା କ୍ଷେତ୍ରରେ ଜୁଡିସିଆଲ୍ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଶଯ୍ୟା ସଂରକ୍ଷଣ କରାଯିବା ଉଚିତ୍ ନୁହେଁ । ଅନ୍ୟ ଜିଲ୍ଲାର କୋଭିଡ ଡାକ୍ତରଖାନାରେ ସେଭଳି କୌଣସି ବ୍ୟବସ୍ଥା ହୋଇନଥିବା ବେଳେ କେବଳ ନବରଙ୍ଗପୁର ଜିଲ୍ଲାରେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।
ଏ ସଂପର୍କରେ ଜିଲ୍ଲା କୋଭିଡ୍ ନୋଡାଲ ଅଧିକାରୀ ତଥା ଡିଆରିଡିଏ ପ୍ରକଳ୍ପ ନିଦେ୍ର୍ଧଶକ ରମାକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍ୱତନ୍ତ୍ର ଶଯ୍ୟା ବ୍ୟବସ୍ଥା ପାଇଁ ଆଗରୁ ନିଦେ୍ର୍ଧଶ ଆସିଥିଲା । ତେବେ ପ୍ରଶ୍ନ ଉଠୁଛି-କେବଳ ଜୁଡିସିଆରି କାହିଁକି । ଶାସନ କ୍ଷମତାରେ ଥିବା ଅନେକ ପ୍ରଭାବଶାଳୀ ବ୍ୟକ୍ତି ଶଯ୍ୟା ସଂରକ୍ଷଣ ପାଇଁ ଦାବି କରିବେ । ସେତେବେଳେ ପ୍ରଶାସନ ଏହାର ମୁକାବିଲା କରିପାରିବ ତ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons