୧୧ ହଜାର ଜରିମାନା ଆଦାୟ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ସରକାର ପକ୍ଷରୁ ବିବାହ, ଦଶାହ ଘରେ ସୀମିତ ଲୋକ ଯୋଗଦେବାକୁ ନିଦେ୍ର୍ଧଶ ରହିଛି । କିନ୍ତୁ ଏହାକୁ ଆଭ୍ୟନ୍ତରୀଣ ଅଞ୍ଚଳବାସୀ ମାନୁ ନାହାନ୍ତି । ଆଜି ଦଶମନ୍ତପୁର ଥାନା ଚିକାମ୍ବ ପଞ୍ଚାୟତର ୩ଟି ସ୍ଥାନରେ ବିବାହ ଭୋଜିର ଆୟୋଜନ କରାଯାଇଥିବା ଖବରପାଇ ପ୍ରଶାସନ ତରଫରୁ ଚଢଉ କରାଯାଇ ୧୧ହଜାର ଜରିମାନା ଆଦାୟ କରାଯାଇଛି । ତହସିଲଦାର ଅଜୟପ୍ରକାଶ ତିର୍କୀ, ଥାନା ଅଧିକାରୀ ବିଜୟରାଜ ମାଝୀ, ଅତିରିକ୍ତ ଥାନା ଅଧିକାରୀ ନିର୍ମଳା ଲିମା, ଏସଆଇ ବାବୁଲା ପ୍ରଧାନଙ୍କ ସମେତ ବିଭାଗୀୟ କର୍ମଚାରୀ ଏହି ଚଢଉରେ ସାମିଲ ଥିଲେ । ଏହି ପଞ୍ଚାୟତର ଫଟକିଜାମ୍ ବାଗ୍ରି, ପିରିମାଛି ଓ ଧର୍ମଗୁଡା ଗାଂରେ ବିବାହ ଭୋଜି ଚାଲିଥିବା ବେଳେ ଚଢଉ ହୋଇଥିବା ପୁଲିସ କହିଛି । ଅନ୍ୟପକ୍ଷେ କୋଭିଡ୍ ନିୟମକୁ ପାଳନ କରିବାକୁ ତହସିଲଦାର ଶ୍ରୀ ତିର୍କୀ ଗ୍ରାମବାସୀଙ୍କୁ ସଚେତନ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons