
ଢେଙ୍କାନାଳ,(ବି.ବି.ନୁ୍ୟଜ): ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ନାଁ ନେଉନାହିଁ । ବରଂ ସଂକ୍ରମଣ ହାର ଦିନକୁ ଦିନ ବଢ଼ି ଚାଲିଛି । ଗତକାଲି ସଂକ୍ରମଣ ଶହେ ତଳକୁ ରହିଥିବା ବେଳେ ଆଜି ପୁଣି ଦେଢ଼ଶହ ପାର୍ କରିଛି । ସହର ସମେତ ଗ୍ରାମାଞ୍ଚଳରେ କରୋନା କାୟା ବିସ୍ତାର କରିଚାଲିଛି । ସ୍ଥିତି ବର୍ତ୍ତମାନ ଏମିତି ଯେ ଦୈନିକ ଜିଲ୍ଲାର ନୂଆ ନୂଆ ସ୍ଥାନରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବୁଧବାର ଜିଲ୍ଲାର ବିଭିନ୍ନ ଭାଗରୁ ୧୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ୧୬୭ ଜଣ କରୋନାରୁ ମୁକ୍ତ ହୋଇ ଘରକୁ ଫେରିବା ଖବର ଆଶ୍ୱସ୍ତି ପ୍ରଦାନ କରିଛି । ଜିଲ୍ଲାରେ ଏବେ ସୁଦ୍ଧା ୭ ହଜାରରୁ ଉଦ୍ଧ୍ୱର୍ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡିଛି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ୧୫୧ ଜଣ ହୋମ୍କ୍ୱ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ଏବଂ ୧୧ ଜଣ ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ହେବାକୁ ଯାଇ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୪୬ରେ ପହଞ୍ଚିଛି ।
ଆଜି ସଂକ୍ରମିତ ତାଲିକାର ଶୀର୍ଷରେ ରହିଛି ହିନେ୍ଦାଳ ବ୍ଲକ୍ । ଆଜି ଏଠାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ପୌରାଞ୍ଚଳରୁ ୩୭, ସଦର ବ୍ଲକ୍ରୁ ୧୭, ହିନେ୍ଦାଳ ଏନ୍ଏସିରୁ ୧୩, ଓଡ଼ାପଡ଼ା ବ୍ଲକ୍ରୁ ୧୨, କାମାକ୍ଷାନଗର ବ୍ଲକ୍ରୁ ୯, ଗଁଦିଆରୁ ୫, କଙ୍କଡ଼ାହାଡ଼ରୁ ୪, ଭୁବନ ବ୍ଲକ୍ ଓ ଏନ୍ଏସିରୁ ୩ ଜଣ ଲେଖାଏଁ ଏବଂ କାମାକ୍ଷାନଗର ଏନ୍ଏସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୭୦ ହଜାର ୮୦୫ ଜଣଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଅନୁସାରେ ୮ ହଜାର ୯୦୭ ଜଣଙ୍କର କୋଭିଡ୍ ପଜିଟିଭ୍ ରହିଛି । ଏମାନଙ୍କ ଭିତରୁ ୭ ହଜାର ୮୨ ଜଣ ଚିକିା ପରେ କରୋନାରୁ ଆରୋଗ୍ୟ ଲାଭ କରି ସାରିଲେଣି । ଏ ଭିତରେ ଜିଲ୍ଲାରୁ କୋଭିଡ୍ରେ ୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୮୩୧ ଆକ୍ରାନ୍ତ ଏବେ ଚିକିତ୍ସାଧିନ ଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।


Comments are closed, but trackbacks and pingbacks are open.