
ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ବିଶିଷ୍ଟ ବ୍ୟବସାୟୀ ମହମ୍ମଦ ସଲିମ୍(୫୫)ଙ୍କ ହୃଦ୍ଘାତରେ ପରଲୋକ ହୋଇଛି । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ମୋହରା ପଞ୍ଚାୟତ ଅଧୀନ ବରିଗୁଡ଼ା ଗାଁରେ । ମୃତୁ୍ୟଶଯ୍ୟା ପାଖରେ ତାଙ୍କ ପତ୍ନୀ ଫରଜନା ବସନୋ, ଭାଇ ସବୀର ସକିଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ । କୋଭିଡ୍ ନିୟମ ଅନୁସାରେ ରବିବାର ମୋହରାଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସ୍ୱର୍ଗତ ସଲିମ ଗତ ମେ’ ୧ରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଛତିଶଗଡ଼ ରାୟପୁରସ୍ଥିତ ଏମ୍ଏମ୍ଆଇ ହସ୍ପିଟାଲ୍ରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଶନିବାର ବିଳମ୍ବିତ ରାତିରେ ସେ ହୃଦ୍ଘାତର ଶିକାର ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସ୍ୱର୍ଗତ ସଲିମ ଜଣେ ଶାନ୍ତ, ମିଷ୍ଟଭାଷୀ ଓ ପରୋଉପକାରୀ ବ୍ୟକ୍ତି ଥିଲେ ।
ତାଙ୍କ ବିୟୋଗରେ ଚନ୍ଦାହାଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ଶୋକ ପ୍ରକାଶ ପାଇଛି । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ପୂର୍ବତନ ସାଂସଦ ବଲଭଦ୍ର ମାଝି, ରାୟଗଡ଼ା ବିଜେପି ପ୍ରଭାରୀ ଗୋବିନ୍ଦ ଜୈନ, ଜିଲ୍ଲା ବିଜେଡି ସଂଯୋଯକ ପ୍ରମୋଦ ପାଢ଼ୀ, ପୂର୍ବତନ ପିସିସି ସମ୍ପାଦକ କ୍ଷମରାଜ ବାଘ, ସମାଜସେବୀ ପୁରୁଷୋତ୍ତମ ପାଣି, ପ୍ରକାଶ ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ନଜରନା ପରବିନ, ମହମ୍ମଦ ୟୁନୁଷ, ଘନଶ୍ୟାମ ଜୈନ, ବିମଲ ଜୈନ, ଦୂତିବାହନ ଖମାରୀ, ଦିଲ୍ଲୀପ ଦାସ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।


Comments are closed, but trackbacks and pingbacks are open.