ପୋଞ୍ଜି ସ୍କାମ୍: ଆଇଏମ୍ଏ ପ୍ରତିଷ୍ଠାତା ଗିରଫ

Get real time updates directly on you device, subscribe now.

ନୂଆଦିଲ୍ଲୀ:ବହୁ କୋଟି ମୂଲ୍ୟର ବେଙ୍ଗାଲୁରୁ ଆଇ ମନେଟାରି ଆଡଭାଇଜରି(ଆଇଏମ୍ଏ) ପୋଞ୍ଜି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କମ୍ପାନିର ସଂସ୍ଥାପକ ମନ୍ସୁର ଖାନଙ୍କୁ ଶୁକ୍ରବାର ସକାଳେ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରିଛି । ଇଡି ଅଧିକାରୀମାନେ ତାଙ୍କୁ ଦିଲ୍ଲୀସ୍ଥିତ ମୁଖ୍ୟାଳୟ ନେଇଯାଇଥିଲେ । ତାଙ୍କୁ ମାମଲା ସଂକ୍ରାନ୍ତ ବିଭିନ୍ନ ବିଷୟରେ ପଚରାଉଚରା କରାଯାଇଛି । ଇଡି ସହ ଏସ୍ଆଇଟି ମଧ୍ୟ ମନ୍ସୁରଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା । ନିବେଶ ନାମରେ ବେଙ୍ଗାଲୁରୁର ପ୍ରାୟ ୪୫ ହଜାରୁ ଊଦ୍ଧ୍ୱର୍ ଲୋକଙ୍କୁ ଠକି ଅଭିଯୁକ୍ତ ମନ୍ସୁର ଜୁନ୍ ୮ରେ ଦୁବାଇ ଚାଲିଯାଇଥିଲେ ।
ଏକସଙ୍ଗେ ଇଡି ଏବଂ କର୍ଣ୍ଣାଟକର ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଆଇଏମ୍ଏ ମାମଲାର ତଦନ୍ତ କରୁଛନ୍ତି । ଦୁବାଇରେ ମନ୍ସୁରଙ୍କୁ ଏସ୍ଆଇଟି ଠାବ କରିଥିଲା । ଭାରତ ଫେରି ଆତ୍ମସମର୍ପଣ କରିବା ପାଇଁ ତାଙ୍କୁ ଏସ୍ଆଇଟି କହିଥିଲା । ସେ ଦୁବାଇରୁ ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ଇଡି ତାଙ୍କୁ ଗିରଫ କରିଛି ।
ସୋମବାର ଏକ ଭିଡିଓ ଜାରି କରି ମନ୍ସୁର କହିଥିଲେ ଯେ, ୨୪ ଘଣ୍ଟା ମଧ୍ୟରେ ସେ ଭାରତ ଫେରିବେ । ଦେଶରୁ ଫେରାର ହୋଇ ସେ ବଡ଼ ଭୁଲ କରିଥିବା କହିଥିଲେ । ଆତ୍ମସମର୍ପଣ କରି ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ଭିଡିଓରେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons