ଓଡ଼ିଶାରେ ତନିସ୍କର ‘ଅହଲ୍ୟା’ କଲେକ୍ସନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦେଶର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ତନିସ୍କ ପକ୍ଷରୁ ଓଡ଼ିଶାରେ ନିଜର ସଦ୍ୟତମ ଗହଣା କଲେକ୍ସନ ‘ଅହଲ୍ୟା’ ଛାଡ଼ିଛି । ଭୁବନେଶ୍ୱରରେ ଆୟୋଜିତ ଏକ ଗ୍ରାହକ ନିୟୋଜନ କାର୍ଯ୍ୟକ୍ରମରେ ତନିସ୍କର ଏଭିପି ତଥା ରିଟେଲ ମୁଖ୍ୟ ଅରୁଣ ନାରାୟଣ ଏହି ନୂଆ କଲେକ୍ସନର ଉନ୍ମୋଚନ କରିଛନ୍ତି । ଶ୍ରୀ ନାରାୟଣ କହିଛନ୍ତି, ତନିସ୍କ ସବୁବେଳେ ଗ୍ରାହକଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିଥାଏ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ସମ୍ଭାର ଆଣିଥାଏ । ଆଜି ଉନ୍ମୋଚନ ହୋଇଥିବା ଅହଲ୍ୟା କଲେକ୍ସନ ଗ୍ରାହକଙ୍କ ଦ୍ୱାରା ବେଶ୍ ଆଦୃତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏ ଅବସରରେ ତନିସ୍କ ପକ୍ଷରୁ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ର‌୍ୟାମ୍ପ ୱାକ୍ ସମେତ ମ୍ୟୁଜିକାଲ ନାଇଟ୍ର ଆୟୋଜନ ହୋଇଥିଲା । ଏ ଅବସରରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ଅନିର୍ବାଣ ବାନାର୍ଜୀ, ତନିସ୍କ ଫ୍ରାଞ୍ଚାଇଜ ସ୍ୱତ୍ୱାଧିକାରୀ ମାନିକ୍ ହଂସ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons