ଷ୍ଟାର୍ଟଅପ୍ ବିକାଶ ପାଇଁ ନାଲ୍କୋର ତ୍ରୀପାକ୍ଷିକ ଏମ୍ଓୟୁ:ଗୋଠପାଟଣାରେ ହେବ ସେଣ୍ଟର ଅଫ୍ ଏକ୍ସିଲେନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପ୍ରଯୁକ୍ତିଭିତ୍ତିକ ଷ୍ଟାର୍ଟଅପ୍ ଉଦ୍ୟୋଗୀ ବିକାଶ ଉଦ୍ଦେଶ୍ୟରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନି ନାଲ୍କୋ ଏକ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ସ୍ଥାପନ କରିବ । ଏଥିପାଇଁ ନାଲ୍କୋ ପକ୍ଷରୁ ଏନ୍ଆଇଟି ରାଉରକେଲା, ଏନ୍ଆଇଟି ରାଉରକେଲା ଆଲୁମନି ଆସୋସିଏସନ୍ ସହ ଏକ ତ୍ରୀପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି ।
ଏମ୍ଓୟୁ ମୁତାବକ, ନାଲ୍କୋ ପକ୍ଷରୁ ଗୋଠପାଟଣାରେ ସ୍ଥାପନ କରାଯାଉଥିବା ବିଶ୍ୱଶ୍ରେଣୀୟ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟରଠାରେ ଏହି ଇନ୍କ୍ୟୁବେସନ୍ ସେଣ୍ଟର ସ୍ଥାପନ ହେବ । ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି ପାଇଁ ଆଇଆଇଟି, ଆଇସିଟି ଓ ଡିଏସ୍ଟି ସମସ୍ତ ପ୍ରକାର ସହଯୋଗ କରିବେ । ଏହା ଜରିଆରେ କ୍ରିଏଟିଭିଟି, ସୃଜନଶୀଳତାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ନାଲ୍କୋ ଆଶା ରଖିଛି । ନାଲ୍କୋର ଏହି ଅନନ୍ୟ ପଦକ୍ଷେପକୁ କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡ. କେ ରାଜେଶ୍ୱର ରାଓ ପ୍ରଶଂସା କରିଛନ୍ତି । ଏ ଅବସରରେ ନାଲ୍କୋ ପକ୍ଷରୁ କମ୍ପାନିର ୫୦ ଜଣ କର୍ମଚାରୀଙ୍କୁ ସେମାନଙ୍କ ଉଚ୍ଚ ପ୍ରଦର୍ଶନ ପାଇଁ ଉକ୍ରର୍ଷତା ପୁରସ୍କାର ପ୍ରଦାନ କରାଯାଇଥିଲା । ଏନେଇ ନାଲ୍କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି, କର୍ମଚାରୀଙ୍କ କଠିନ ଅଧ୍ୟବସାୟ ଓ ନିଷ୍ଠା ହେତୁ ନାଲ୍କୋ ଉତ୍ପାଦନ, ଉତ୍ପାଦକତା ଏବଂ ଆର୍ଥକ୍ର ଲାଭ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons