ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ୱର ଆଉ ଏକ ଉଦାହରଣ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ମହାମାରୀରେ ନିଜ ବାପା-ମା’ଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ୍ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ୧୮ ବର୍ଷ ବୟସରୁ ଷ୍ଟାଇପେଣ୍ଡ୍ ଏବଂ ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା, ସ୍ୱାସ୍ଥ୍ୟ ସୁରକ୍ଷା ସହ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ସମ୍ବେଦନଶୀଳ ନେତୃତ୍ୱର ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତକୁ ସାହାଯ୍ୟ କରିବା ପାଇଁ ଭାରତ ସରକାର ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଭାରତର କୋଭିଡ୍-୧୯ ବିରୋଧୀ ମୁକାବିଲାରେ ପିଏମ୍ କେୟାର୍ସ ଫଣ୍ଡ୍ ସହାୟକ ହୋଇଥିବା ବେଳେ ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି ।
ସୂଚନାଯୋଗ୍ୟ, କୋଭିଡ୍-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ୍-୧୯ କାରଣରୁ ନିଜ ମାତାପିତା ସେମାନଙ୍କ ଯତ୍ନ ନେଉଥିବା ଅଭିଭାବକଙ୍କୁ ହରାଇଥିବା ଶିଶୁମାନଙ୍କୁ “ପିଏମ୍ କେୟାର୍ସ’ ଯୋଜନାରେ ଆର୍ଥିକ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons