ଛତ୍ରପୁର: ଗଞ୍ଜାମ ତହସିଲ ଅଞ୍ଚଳର ରାସ୍ତା ପାଶ୍ୱର୍ରେ ନଦୀ ବାଲି ଆଣି ମହଜୁଦ କରିବା ଏବଂ ଆନ୍ଧ୍ରକୁ ବେନିୟମ ଚାଲାଣ ବେଳେ ୩୩ଟି ଟ୍ରକ୍ ଓ ଜେସିବି ଜିଲ୍ଲାପାଳ ଜବତ କରିଥିଲେ । ଏହା ପରେ ସଜାଗ ହୋଇ ରାଜସ୍ୱ ପ୍ରଶାସନ ଗଞ୍ଜାମ ଏବଂ ଛତ୍ରପୁର ତହସିଲ ଅଞ୍ଚଳର ରାସ୍ତା ପାଶ୍ୱର୍ରେ ମହଜୁଦ ରଖାଯାଉଥିବା ବିପୁଳ ପରିମାଣର ବାଲି ଉପରେ ନାଲି ପତାକା ଲଗାଯାଇଛି । ଗଞ୍ଜାମ ତହସିଲ ଅନ୍ତର୍ଗତ କାଠଗଡା ନିକଟରେ ମହଜୁଦ ବାଲି ଉପରେ ମଲାଡ଼ ରାଜସ୍ୱ ସର୍କଲ ପକ୍ଷରୁ ନାଲି ପତାକା ପୋତାଯାଇଛି । ସେହିପରି ଛତ୍ରପୁର ତହସିଲ ଅନ୍ତର୍ଗତ ପୋଟଲାମପୁର ରାଜସ୍ୱ ସର୍କଲ ଅଧୀନସ୍ଥ ହଂସପୁର, ପୋଟଲାମପୁର, ଗଙ୍ଗାପୁର, ବରଙ୍ଗ ଓ ବଡମାଧପୁରରେ ଅନେକ ଅସ୍ଥାୟୀ ବାଲି ଡିପୋରେ ଜମା ହୋଇଥିବା ବାଲି ଉପରେ ରାଜସ୍ୱ ସର୍କଲ ପକ୍ଷରୁ ପତାକା ଲଗାଯାଇଛି । ବାଲି ମହଜୁଦ୍ ରଖିବା ଓ ଚାଲାଣ ସମେତ ବେଆଇନ ଭାବେ ରାତିଅଧିଆ ଡିପୋରୁ ବାଲି ଆଣି ଚଢ଼ା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ସରକାରଙ୍କ ରାଜସ୍ୱ କ୍ଷତି ହେଉଥିଲା । ଗୁରୁବାର ଦିନ ଛତ୍ରପୁର ତହସିଲ ପକ୍ଷରୁ ବେଆଇନ ବାଲି ଡିପୋଗୁଡ଼ିକରେ ନାଲି ବାନା ମରାଯାଇଥିବା ଦେଖିବାକୁ ମିଳିଛି । ଏଥିରେ ସମ୍ପୃକ୍ତ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.