ଜେଏସ୍ପିଏଲ୍ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପାଇଁ ଆଞ୍ଚଳିକ ମୂଲ୍ୟାୟନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍)ର ସିଏସ୍ଆର୍ ଶାଖା ଜେଏସ୍ପିଏଲ୍ ଫାଉଣ୍ଡେସନର ତୃତୀୟ ସଂସ୍କରଣ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପାଇଁ ଆଞ୍ଚଳିକ ମୂଲ୍ୟାୟନ କୋଲ୍କାତାଠାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ପୁରସ୍କାର ପାଇଁ ପୂର୍ବ ଭାରତରୁ ମୋଟ୍ ୧୧୨ଟି ନାମାଙ୍କନ ଆସିଥିଲା । ସେଥିମଧ୍ୟରୁ ୬୦ଟି ନାମାଙ୍କନକୁ ମୂଲ୍ୟାୟନ ନିମନ୍ତେ ବଛାଯାଇଛି । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଏହି ନାମାଙ୍କନ ମଧ୍ୟରୁ ୧୦ ଜଣ ବ୍ୟକ୍ତିବିଶେଷ ଓ ୧୦ଟି ସଂସ୍ଥାକୁ ଅଗଷ୍ଟରେ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ମୂଲ୍ୟାୟନ ପାଇଁ ଚୟନ କରାଯାଇଛି । ପୂର୍ବାଞ୍ଚଳ ବିଚାରକ ମଣ୍ଡଳୀରେ କୋଲକତା ପ୍ରେସ କ୍ଲବ୍ର ସଭାପତି ସ୍ନେହାଶିଷ ସୁର, ସୁନାମଧନ୍ୟ କଳାକାର ଦେବାଶିଷ ମଲିକ ଚୌଧୁରୀ, ପରିବେଶବିତ୍ ଡ. ଦିପାୟନ ଦେ, ନାବାର୍ଡର ପୂର୍ବତନ ସିଜିଏମ୍ ଡ. ସନ୍ଦୀପ୍ ଘୋଷ ଓ ସିନି-ଏସ୍ଡବ୍ଲ୍ୟଏସ୍ର ସଂପାଦକ ସୁଜୟ ରାୟ ପ୍ରମୁଖ ସଦସ୍ୟ ଥିଲେ । ଆଞ୍ଚଳିକ ମୂଲ୍ୟାୟନ ପ୍ରକ୍ରିୟାକୁ ଜେଏସ୍ପିଏଲ୍ର ସିଏସଆର ମୁଖ୍ୟ ପ୍ରଶାନ୍ତ ହୋତା ପରିଚାଳନା କରିଥିଲେ । ଜେଏସ୍ପିଏଲ ଫାଉଣ୍ଡେସନ ସହ-ଅଧକ୍ଷା ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ଜାତୀୟସ୍ତରରେ ୧୦ଜଣ ବ୍ୟକ୍ତି ଓ ୧୦ଟି ଅନୁଷ୍ଠାନକୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ କରାଯିବ । ଏଥିରେ ପ୍ରତ୍ୟେକ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons