ନୂଆଦିଲ୍ଲୀ:ଆମେରିକାରୁ ଆସୁଥିବା ବାଦାମ ଉପରୁ ଆମଦାନି ଶୁଳ୍କ କମାଇବନି ଭାରତ । ବାଦାମ ଉପରୁ ଆମଦାନି ଶୁଳ୍କ କମାଇବା ପାଇଁ ଆମେରିକା ପକ୍ଷରୁ ଦାବି କରାଯାଇଥିଲା । ଏହାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ।
ଗତ ମାସ ଭାରତ ଆମେରିକାର ୮ଟି ଉତ୍ପାଦ ଉପରେ ଶୁଳ୍କ ବଢ଼ାଇଥିଲା । ଏଥିରେ ବାଦାମ ମଧ୍ୟ ଥିଲା । ତେବେ ବାଦାମ ଉପରୁ ଶୁଳ୍କ କମାଇବା ପାଇଁ ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତ ନିକଟରେ ଦାବି କରିଥିଲା । ଏହାକୁ ଭାରତ ଗ୍ରହଣ କରି ନ ଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.