ମୁ୍ୟଜିକ୍ ଭିଡିଓରେ ନାୟକ ଭାବେ ନାଁ କମେଇଥିବା ନିଶି ଅଭିନେତ୍ରୀ ସୁନ୍ଦରୀ ଶ୍ରଦ୍ଧାଙ୍କ ସହ ମୁ୍ୟଜିକ୍ ଭିଡିଓ ତୁ ମୋର ଜରୁରୀ, କାଉ ଧାନ ଖାଇଲା ବୋଲି, ସୋନିଲୋ ହ୍ୱାଟ୍ସଆପ୍ ତୋର, ପରୀ ରାଇଜର ରାଜକୁମାରୀ ପ୍ରଭୃତିରେ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ରେ ମଧ୍ୟ ନିଶି ଅତିଥି କଳାକାର ଭାବେ ଦର୍ଶକଙ୍କୁ ସାମ୍ନା କରିବେ । ଏଥିସହ ଆଉ କିଛି ଚିଳଚ୍ଚିତ୍ର ତାଙ୍କ ହାତରେ ଥିବା ସେ କହିଛନ୍ତି । ବାଲେଶ୍ୱର ଖଇରା ଅଞ୍ଚଳର ବାସିନ୍ଦା ନିଶିଙ୍କ ବାପା ଜଣେ ଶିକ୍ଷକ ହୋଇଥିବା ବେଳେ ନିଶି କିନ୍ତୁ ସିନେମା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ ଇଚ୍ଛୁକ ବୋଲି କୁହନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.