ମନେ ମନେ ମନ ଖୋଜୁଥିଲା

Get real time updates directly on you device, subscribe now.

ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଅନନ୍ୟା ଏଣ୍ଟରଟେନ୍ମେଣ୍ଟସ୍ର ପ୍ରଥମ ଅବଦାନରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ । ଯାହାର ପୋଷ୍ଟ ପ୍ରଡକ୍ସନ୍ କାମ ସରିଛି । ଏବେ ରିଲିଜ୍କୁ ଅପେକ୍ଷା । ମନେ ମନେ ମନ ଏବେ ଆଉ କିଛି ନୁହେଁ ବରଂ ରିଲିଜ୍ ତାରିଖ ଖୋଜୁଛି । ତାକୁ ହିଁ ଅପେକ୍ଷା କରିଛି । ଏହାର କାହାଣୀ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଅର୍ଥାତ୍ ଶତ୍ରୁଙ୍କ ପୁଅ ଓ ଝିଅଙ୍କ ପ୍ରେମ ଉପରେ ଆଧାରିତ ରହିଛି । ଏହାର ନିଦେ୍ର୍ଧଶନା ଦେଇଛନ୍ତି ଏନ୍ ପାଢ଼ୀ । କ୍ୟାମେରା ପରିଚାଳନା କରିଛନ୍ତି ଜିତୁ ମିଶ୍ର । କାହାଣୀ ଲେଖିଛନ୍ତି ଦୁର୍ଗା ଆଚାର୍ଯ୍ୟ । ସଂଳାପ ଲେଖିବା ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦୀପକ ଜେନା । ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଜି. ଅଶୋକ କୁମାର । ସିନେମାର ବିଭିନ୍ନ ଭୂମିକାରେ ନାୟକ ଓମ୍କାର, ନାୟିକା ନମ୍ରତା ସିଂହଦେଓ, ପ୍ରିୟଙ୍କା, ମିହିର ଦାସ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ଶୁଭମ୍, ଆପ୍ପାରାଓ ପ୍ରମୁଖ ଅଭିନୟ କରିଛନ୍ତି । ଏବେ ସମସ୍ତେ ଅପେକ୍ଷା କରିଛନ୍ତି କେବେ କଟକଣା ଉଠିବ ଆଉ ସିନେମା ହଲ୍ରେ ପଡ଼ିବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons