ପ୍ରେମରୁ ଆରମ୍ଭ ହେବ ପହିଲି ରଜ

Get real time updates directly on you device, subscribe now.

ଏଥର ପ୍ରେମରୁ ଆରମ୍ଭ ହେବ ପହିଲି ରଜ । ରଜ ଉପଲକ୍ଷେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦର୍ଶକଙ୍କ ପାଇଁ ଆଣିଛି ନୂଆ ସିନେମା ‘ଇଏ ବି ଗୋଟେ ଲଭ୍ ଷ୍ଟୋରୀ’ । ଯାହା ପହିଲି ରଜରେ ଅର୍ଥାତ୍ ଆସନ୍ତା ୧୩ ତାରିଖ ରବିବାର ସନ୍ଧ୍ୟା ସାଢେ଼ ୬ଟାରେ ତରଙ୍ଗ ଟିଭି ଓ ଓଟିଟି ପ୍ଲାଟ୍ଫର୍ମ ତରଙ୍ଗ ପ୍ଲସ୍ରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବ । ଏନେଇ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ‘ତୁ ମୋ ଲଭ୍ଷ୍ଟୋରୀ’ରୁ ସଫଳତା ସାଉଁଟିଥିବା ପ୍ରଯୋଜନା ସଂସ୍ଥା ଦର୍ଶକଙ୍କ ପାଇଁ ନେଇଆସିଛି ସେହିଭଳି ଏକ ପ୍ରେମଭିତ୍ତିକ ସିନେମା ‘ଇଏ ବି ଗୋଟେ ଲଭ୍ଷ୍ଟୋରୀ’ । ଯାହାର କଥାବସ୍ତୁ ଦୁଇଯୋଡ଼ା ପ୍ରେମ କାହାଣୀ ତଥା ଚାରିଜଣ ବନ୍ଧୁଙ୍କ ଉପରେ ଆଧାରିତ ରହିଛି । ସିନେମାର କ୍ଲାଇମାକ୍ସ କନ୍ଫୁ୍ୟଜନ୍ ରହିଛି, ଯାହାକୁ ଦେଖି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଦର୍ଶକ । ମାତ୍ର ଦେଖିଲା ପରେ ଆଉ କନ୍ଫୁ୍ୟଜନ୍ ହେବେନି । ସିନେମାର ମୁଖ୍ୟ ଚରିତ୍ରରେ ରାକେଶ-ଦିବ୍ୟା ଓ ରାଜେଶ-ଦୀପିକା ଏବଂ ଅନ୍ୟମାନଙ୍କ ମଧ୍ୟରେ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଭୂପତି ତ୍ରିପାଠୀ, ଗୁଡ୍ଡୁ, ପ୍ରତିଭା ପଣ୍ଡାଙ୍କ ସମେତ ଆମେଲିଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ସାହୁ ଏହି ସିନେମା ମାଧ୍ୟମରେ ତରଙ୍ଗ ଶିବିରରେ ଯୋଗ ଦେଇଛନ୍ତି । ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆର୍ଆର୍ ଇଭେଣ୍ଟସ୍ର ସତ୍ତ୍ୱାଧିକାରୀ ରମେଶ ବାରିକ । କାହାଣୀ ରଚନା ସାଙ୍ଗକୁ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି । ସଂଳାପ ଲେଖିଛନ୍ତି ବି. ଚନ୍ଦନ କୁମାର । ଡ. ନିର୍ମଳ ନାୟକ ଗୀତ ଲେଖିଥିଲା ବେଳେ ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । ଗୀତଗୁଡ଼ିକ ଖୁବ୍ ସୁନ୍ଦର ହେବା ସାଙ୍ଗକୁ ଏହାର ସୁଟିଂ ଓ କୋରିଓଗ୍ରାଫି ବି ଭଲ ହୋଇଛି । ବିଭିନ୍ନ ଦୃଷ୍ଟିକୋଣରୁ ସିନେମାକୁ ବଳିÂ କରିବାକୁ ଚେଷ୍ଟା କରାଯାଇଛି । କ୍ୟାମେରା ପରିଚାଳନା କରିଛନ୍ତି ଏସ୍ ରଞ୍ଜନ । ପୂରା ଟିମ୍ ଏବେ ରିଲିଜ୍କୁ ଅପେକ୍ଷା କରିବା ସହ ସିନେମା ଦେଖିବାକୁ ସୋସିଆଲ୍ ମିଡିଆରେ ଦର୍ଶକଙ୍କୁ ନିବେଦନ କରିଛି । ପୂର୍ବରୁ ଯେଉଁ ଭଲପାଇବା ଦେଇଥିଲେ ସେହି ଭଲପାଇବେ ପୁଣି ଦେବେ ବୋଲି କଳାକାରମାନେ ଦର୍ଶକଙ୍କ ଉପରେ ଆଶା ରଖିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons