ମନୁଷ୍ୟର ମସ୍ତିଷ୍କକୁ କମ୍ପ୍ୟୁଟର ସହ ସଂଯୋଗ କରିବାକୁ ବୈଜ୍ଞାନିକମାନେ ଜୋରଦାର ପ୍ରୟାସ ଚଳାଇଛନ୍ତି । ଯାହାଦ୍ୱାରା ମନୁଷ୍ୟ ସହଜରେ ନିଜ ମସ୍ତିଷ୍କ ସାହାଯ୍ୟରେ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବ । ଅନ୍ତରୀକ୍ଷ ଅଭିଯାନ ଉପରେ କାର୍ଯ୍ୟକରୁଥିବା କମ୍ପାନୀ ‘ଟେସ୍ଲା’ ଏନେଇ ଏକ ଚିପ୍ ଉଦ୍ଭାବନ କରିଛି । ଏହାକୁ ବ୍ୟକ୍ତିର ମସ୍ତିଷ୍କରେ ଖଞ୍ଜି କମ୍ପ୍ୟୁଟର ସହ ସଂଲଗ୍ନ କରାଗଲେ ସହଜରେ ନିଜ ଚିନ୍ତା ଶକ୍ତି ଦ୍ୱାରା ସେ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବ । ପ୍ରାଥମିକ ପର୍ଯ୍ୟାୟରେ ଚିପ୍ଟିକୁ ଏକ ମାଙ୍କଡ଼ ମସ୍ତିଷ୍କରେ ଖଞ୍ଜି ଏହାର କାର୍ଯ୍ୟକାରିତା ଯାଞ୍ଚ କରାଯାଇଛି । ମାଙ୍କଡ଼ଟି ନିଜ ମସ୍ତିଷ୍କ ଯୋଗେ କମ୍ପ୍ୟୁଟର ଚଲାଇ ପାରିଥିବା ଲକ୍ଷ୍ୟ କରାଯାଇଛି । ଖୁବ୍ଶୀଘ୍ର ଏହା ମନୁଷ୍ୟ ମସ୍ତିଷ୍କରେ କାର୍ଯ୍ୟକାରୀ ହେବ ବୋଲି ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ସୂଚନା ଦେଇଛନ୍ତି । ଏଲନଙ୍କ କହନ୍ତି, ଏହି ଚିପ୍କୁ ରୋବୋ ସାହାଯ୍ୟରେ ମନୁଷ୍ୟ ମସ୍ତିଷ୍କରେ ଖଞ୍ଜାଯିବ । ଏଥିପାଇଁ ମସ୍ତିଷ୍କରେ ୨ ମିଲିମିଟର ପର୍ଯ୍ୟନ୍ତ ଛିଦ୍ର କରିବାକୁ ପଡ଼ିବ । ଚିପ୍ ଯୋଗେ ଯୋଗାଯୋଗ ସମ୍ପୂଣ୍ଣ ର୍ ୱେୟାରଲେସ୍ ହେବ । ଅର୍ଥାତ୍ ଥରେ ଚିପ୍ ସଞ୍ଜୋଗ ହେଲେ, ଅପେ କାର୍ଯ୍ୟକାରୀ ହେବ । ଆପଲ୍ ଆଇଫୋନ୍ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଯୋଜନା ରହିଛି ।
Comments are closed, but trackbacks and pingbacks are open.