ଢୋକେ ପାଣି ନପାଇ ୬ ବର୍ଷୀୟା ଶିଶୁର ମୃତ

Get real time updates directly on you device, subscribe now.

ଜୟପୁର: ଭାରତ ନିଜକୁ ଏକ ମହାଶକ୍ତି ଭାବେ ଚିତ୍ରିତ କରୁଥିଲାବେଳେ ଦେଶରେ ମଝିରେ ମଝିରେ ଏଭଳି କିଛି ଘଟଣା ଘଟୁଛି ଯାହାଯୋଗୁ ସମସ୍ତଙ୍କର ମୁ୍ଣ୍ଡ ଲାଜରେ ନଇଁ ଯାଉଛି । ଏବେ ରାଜସ୍ଥାନର ଜାଲୌର ଜିଲାରେ ଏଭଳି ଏକ ଘଟଣା ଘଟିଛି । ସେଠାରେ ପ୍ରଚଣ୍ଡ ତାତିରେ ୨୫ କିମି ଚାଲିବା ପରେ ବି ଢୋକେ ପାଣି ପିଇବାକୁ ନପାଇ ଏକ ୬ ବର୍ଷୀୟା ଶିଶୁର ମୃତୁ୍ୟ ହୋଇଛି ।
ରିପୋର୍ଟ ଅନୁଯାୟୀ, କରୋନା ଜନିତ ଲକ୍ଡାଉନ ଯୋଗୁ ଗାଡିମଟର ଚଳାଚଳ ବନ୍ଦ ଥିବାରୁ ସୁଖୀ ଦେବୀ ନାମ୍ନୀ ଜଣେ ୬୦ ବର୍ଷୀୟା ମହିଳା ପାଦରେ ଚାଲି ଚାଲି ସିରୋହି ନିକଟସ୍ଥ ରାୟପୁରରୁ ନିଜ ଗାଁ ଡୁଙ୍ଗରୀକୁ ଯିବା ପାଇଁ ମନସ୍ଥ କରିଥିଲେ । ସେ ନିଜ ସାଙ୍ଗରେ ୬ ବର୍ଷୀୟା ନାତୁଣୀ ଅଞ୍ଜଳୀକୁ ବି ନେଇଥିଲେ । ଆଈ-ନାତୁଣୀ ଦି ଜଣ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ପ୍ରାୟ ୨୫ କିମି ଯାଏଁ ଚାଲିଥିଲେ । ପ୍ରଚଣ୍ଡ ଗରମ ଯୋଗୁ ଉଭୟଙ୍କ ତଣ୍ଟି ଶୁଖିଯାଉଥିଲା । କିନ୍ତୁ ସେମାନେ କେଉଁଠି ପାଣି ମୁନ୍ଦାଏ ପାଇନଥିଲେ । କରୋନା ସଂକ୍ରମଣ ଏବଂ ଅସହ୍ୟ ଗରମ ଯୋଗୁ ସେଇ ମାର୍ଗରେ ସେତେବେଳେ ଅନ୍ୟ କୌଣସି ଲୋକ ବି ଯାଉନଥିଲେ । ତେଣୁ ସେମାନଙ୍କୁ ପାଣି ଦେବାକୁ କେହି ନଥିଲେ ।
ସେମାନେ ଏପରି ଅବସ୍ଥାରେ ବେଶୀ ସମୟ ଚାଲିପାରିନଥିଲେ । ରୋଡା ଗାଁ ନିକଟରେ ଉଭୟ ଅଚେତ ହୋଇ ପଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ କିଛି ସମୟ ପରେ ଏନେଇ ସୂଚନା ପାଇବା ପରେ ପୁଲିସକୁ ଅବଗତ କରାଇଥିଲେ । ପୁଲିସ ସେଠାରେ ପହଞ୍ଚôଲାବେଳକୁ ଶିଶୁଟିର ମୃତୁ୍ୟ ହୋଇସାରିଥିଲା । ପୁଲିସ ତା’ର ଆଈଙ୍କୁ ସଚେତ କରାଇ ପାଣି ପିଆଇଥିଲା ଏବଂ ଶିଶୁଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବିଜେପି ତରଫରୁ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons