ଜିଲ୍ଲାପାଳଙ୍କ ଗସ୍ତ ପରେ ଚଢ଼ଉ ନୋହିଲା

Get real time updates directly on you device, subscribe now.

ନନ୍ଦପୁର: ଗୁରୁବାର ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳିବେ ସଧବା । ଏଥିଲାଗି ଆଜି ସ୍ଥାନୀୟ ସାପ୍ତାହିକ ହାଟରେ ଥିଲା ନାହିଁ ନଥିବା ଭିଡ଼ । ଅମାବାସ୍ୟା ପାଇଁ ବିଭିନ୍ନ ସାମଗ୍ରୀ କିଣିବା ଲାଗି ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । କେହି ହେଲେ କରୋନା କଟକଣାକୁ ଖାତିର କରିନଥିଲେ । ଏମିତିକି ପୁଲିସ୍ କିମ୍ବା ବ୍ଲକ୍ ପ୍ରଶାସନ ପକ୍ଷରୁ ଚଢଉ କରାଯାଇନଥିଲା । ଦିନ ୧୧ଟା ପରେ ମଧ୍ୟ ବଜାରରେ ଥିଲା ଅସମ୍ଭାଳ ଭିଡ଼ । ବ୍ୟବସାୟୀମାନେ ବିନ୍ଦାସ ବ୍ୟବସାୟରେ ମାତିଥିଲେ । ପ୍ରଶାସନ ପକ୍ଷରୁ କିନ୍ତୁ କୌଣସି କାର୍ଯ୍ୟାନୁÂାନ ନିଆଯାଇନଥିଲା । ଏଭଳି ସ୍ଥିତି ଉପୁଜିଲେ ଆଗାମୀ ଦିନରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।
ବରିÂ ନାଗରିକମାନେ କହିଛନ୍ତି, ସୋମବାର ରାଇସିଂ ସାପ୍ତାହିକ ହାଟରେ ପ୍ରବଳ ଭିଡ଼ ଜମିଥିଲା । ଏ ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ବେଆଇନ କାରବାର କରୁଥିବା ବ୍ୟବସାୟିକ ପ୍ରତିÂାନ ଉପରେ ଚଢଉ କରାଯାଇଥିଲା । ୨୧ଜଣ ବ୍ୟବସାୟୀଙ୍କଠାରୁ ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । କିନ୍ତୁ ତାହା ଜିଲ୍ଲାପାଳଙ୍କୁ ସନ୍ତୁଷ୍ଟ କରିବା ଉଦେ୍ଧଶ୍ୟରେ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । କାରଣ ମଙ୍ଗଳବାର ଜିଲ୍ଲାପାଳଙ୍କ ନନ୍ଦପୁର ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଜରିମାନା ଆଦାୟ କରି ପ୍ରଶାସନିକ ବାବୁମାନେ ବାହାବା ନେଇଥିଲେ । କିନ୍ତୁ ଆଜି ସାପ୍ତାହିକ ହାଟରେ ଥିଲା ସମ୍ପୂର୍ଣ୍ଣ ଓଲଟା ଚିତ୍ର । ଅଧିକାଂଶ ଲୋକ ମାସ୍କ ପିନ୍ଧିନଥିଲେ କିମ୍ବା କରୋନା କଟକଣା ମାନି ନଥିଲେ । ଏହା ଦେଖି କେତେକ ସମାଜସେବୀ ଫଟୋ ଉତ୍ତୋଳନ କରି ପ୍ରଶାସନ ନିକଟକୁ ପଠାଇଥିଲେ । ତଥାପି କୌଣସି କାର୍ଯ୍ୟାନୁÂାନ ନିଆଯାଇନଥିଲା । ଏହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାପ୍ତାହିକ ହାଟରେ ପ୍ରଶାସନ ପକ୍ଷରୁ ନିୟମିତ ଚଢଉ କରାନଗଲେ ଆଗାମୀ ଦିନରେ କରୋନା ସଂକ୍ରମଣ ବଢିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons