ଜୀବିକା ଚିନ୍ତାରେ ତେନ୍ତୁଳୀଖୁଣ୍ଟି ବ୍ୟବସାୟୀ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକରେ ଶହ ଶହ ବ୍ୟବସାୟୀ ହାତ ବାନ୍ଧି ବସିଛନ୍ତି । କରୋନା ମହାମାରୀ ପରିବର୍ତ୍ତନ କରିଦେଇଛି ବ୍ୟବସାୟୀଙ୍କ ଜୀବନ ଶୈଳୀ । ଜୀବିକା ଚିନ୍ତାରେ ବର୍ତ୍ତମାନ ନିମ୍ନ ଏବଂ ମଧ୍ୟବିତ୍ତ ବ୍ୟବସାୟୀ । ଗତ ଏପ୍ରିଲ ମାସ ୩୦ ତାରିଖରୁ ତେନ୍ତୁଳୀଖୁଣ୍ଟି ବ୍ଲକର ମୁଖ୍ୟ ବ୍ୟବସାୟିକ ଦପ୍ତର ଖାତିଗୁଡା ବଜାରର ଅନେକ ଦୋକାନ ବନ୍ଦ ଅଛି । ସରକାର ୪ ଘଣ୍ଟା ଖୋଲିବାକୁ ଘୋଷଣା କରିଥିବା କିଛି ଦୋକାନକୁ ଛାଡିଦେଲେ ଅନ୍ୟାନ୍ୟ ଦୋକାନୀ ବର୍ତ୍ତମାନ ଚିନ୍ତାରେ । ସନ୍ଧ୍ୟା ସମୟରେ ବ୍ୟବସାୟ କରୁଥିବା ଫାଷ୍ଟ୍ଫୁଡ୍ ବ୍ୟବସାୟୀଙ୍କଠାରୁ ଆରମ୍ଭକରି ବଡ ବଡ ବସ୍ ମାଲିକ ବର୍ତ୍ତମାନ ଚିନ୍ତାରେ । ଏଠାକାର କପଡା ବ୍ୟବସାୟୀ, କପଡା ଦେକାନରେ ନିୟୋଜିତ କର୍ମଚାରୀ, ଘରୋଇ ବସ୍ ଡ୍ରାଇଭର, ହେଲ୍ପର, କଣ୍ଡକ୍ଟର, ଫାଷ୍ଟଫୁଡ ଦୋକାନୀ, ପାନ ଦୋକାନୀ ଏମିତି ଅନେକ ବ୍ୟବସାୟୀ ଏବଂ କର୍ମଚାରୀ ଜୀବିକା ହରାଇ ଘରେ ବସିଛନ୍ତି । କରୋନା ମହାମାରୀକୁ ଆଖି ଆଗେରେ ରଖି ସରକାର ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ବଢାଇଛନ୍ତି । ଏହି ଦଫାରେ ଲକ୍ଡାଉନ ସମୟସୀମା ଶେଷ ହୋଇନାହିଁ । ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ଅନଲକ୍ ବ୍ୟବସ୍ଥା ହେବ ବୋଲି ସରକାର ଘୋଷଣା କରିବା ପରେ ପ୍ରଭାବିତ ଲୋକେ ଚାତକ ପରି ଘୋଷଣାକୁ ଅନାଇ ବସିଛନ୍ତି । ବଡ ବଡ ଦୋକାନରେ କାର୍ଯ୍ୟରତ ଗରିବ ତଥା ନିମ୍ନ ଶ୍ରେଣୀର କର୍ମଚାରୀଙ୍କ ଚଳିବା କଷ୍ଟକର ହୋଇପଡିଛି । ସେମାନଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଅନ୍ୟପକ୍ଷରେ କରୋନା ଏବଂ ପୋଲିସ ଭୟରେ ଲୋକେ ବାହାରକୁ ଆସୁ ନ ଥିବାରୁ ୪ ଘଣ୍ଟିଆ ବ୍ୟବସାୟ ମଧ୍ୟ ଧିମେଇ ଯାଉଥିବା ବ୍ୟବସାୟୀମାନେ କହିଛନ୍ତି । ଲୋକେ ଗାଡି ନେଇ ବାହାରକୁ ନ ଆସିବା ପାଇଁ କୁହାଯାଉଥିବା ବେଳେ ଗ୍ୟାରେଜ ଏବଂ ଗାଡି ପାର୍ଟ୍ସ ଦୋକାନୀ ମଧ୍ୟ ହାତ ବାନ୍ଧି ବସିଛନ୍ତି । କରୋନା ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜୀବିକା ଚିନ୍ତା ଏବେ ବ୍ୟବସାୟୀଙ୍କୁ ଘାରିଛି ।

ରିପୋର୍ଟ : ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons