୨୫ କେଜି ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଇଗାଁ-ଗୁମୁଣ୍ଡଳୀ ଛକ ନିକଟରୁ ଗଞ୍ଜେଇ ସହ ୨ଟି ମୋଟର ସାଇକେଲ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଟପାଡ଼ ଥାନା ଅନ୍ତର୍ଗତ ବଡଦ୍ୱାରସାହିର ସୁରେଶ ମନଧରା(୪୭), ଅର୍ଜୁନ ହରିଜନ(୨୭) ଓ ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାର ରିଙ୍କୁ ଯାଦବ(୩୬) ।
ଗୁରୁବାର ସକାଳ ପାଖାପାଖି ୬ଟା ସମୟରେ କୋଷାଗୁମୁଡା ପୁଲିସ ନେଇଗାଁ-ଗୁମୁଣ୍ଡଳୀ ଓ ରାମପାଲି ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ୨ଟି ବାଇକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏସ୍ଆଇ ଆଲୋକ ପ୍ରସାଦ ଭୋଇ ଓ ଅନ୍ୟ ପୁଲିସ କର୍ମଚାରୀ ସେମାନଙ୍କୁ ଧରିଥିଲେ । ଅନ୍ୟ ୫ ଜଣ ନଦୀ ନିକଟରୁ ଫେରାର ହୋଇଯାଇଥିଲେ । ବସ୍ତାରେ ୫ଟି ପଲିଥିନରେ ଗଞ୍ଜେଇ ଥିବା ଦେଖି ସେମାନଙ୍କୁ ଥାନାକୁ ଆଣିଥିଲେ । ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ, କୋଡିଙ୍ଗା ତହସିଲଦାର ଶିବପ୍ରସାଦ ପ;ନାୟକଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । କୋଷାଗୁମୁଡା ଥାନା ଏସ୍ଆଇ ଶଶିଭୂଷଣ ମଙ୍ଗରାଜ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଦୂର୍ଗା ମାଧବ ବାଗ ସୂଚନା ଦେଇଛନ୍ତି ।

ରିପୋର୍ଟ : ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons