ଲୋକନାଥ ଓ ଜାଗେଶ୍ୱର ବାବାଙ୍କ ପତରପେଣ୍ଡି

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ଶୀତଳଷÂୀ ଯାତ୍ରା ଧୀରେ ଧୀରେ ଜମି ଆସିଲାଣି । ଶୁକ୍ରବାର ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ସଂପନ୍ନ ହୋଇଥିବା ବେଳେ ଗତକାଲି ନୃସିଂହ ନିଉତା କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଛି । ଆଉ ଆଜି ଅନ୍ୟ ସମସ୍ତ କମିଟିର ପତରପେଣ୍ଡି କାର୍ଯ୍ୟକ୍ରମ ଅନୁÂିତ ହେଉଥିବା ବେଳେ କନ୍ୟାପିତା ଘର ଗୁଡିକ ଉତ୍ସବମୁଖର ହୋଇଉଠିଛି । ଏଥିରେ ଝାଡୁଆପଡାର ଲୋକନାଥ ବାବା ଏବଂ ମୁଦିପଡାର ଜାଗେଶ୍ୱର ବାବାଙ୍କ ପତରପେଣ୍ଡି ବା କନ୍ୟା ଅନ୍ୱେଷଣର ପର୍ବ ସଂପନ୍ନ ହୋଇଛି । ତେବେ, କରୋନା କଟକଣାକୁ ଦେଖି ସବୁଠି ସ୍ୱଳ୍ପ ଲୋକଙ୍କ ମଧ୍ୟରେ ସମସ୍ତ ରୀତିନୀତି ସଂପନ୍ନ କରାଯାଇଥିବା ଦେଖିବାକୁ ମିଳିଛି ।
ଝାଡୁଆପଡାର ଲୋକନାଥ ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ପାଇଁ ଆଜି ଅପରାହ୍ନରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ବରପିତା ଅମରନାଥ ସୂପକାର, ମନ୍ଦିରର ପୂଜକ ରାମନାଥ ମହାପାତ୍ର ଏବଂ ଷÂୀ ଯାତ୍ରା ପୂଜକ ମହେନ୍ଦ୍ର ପୂଜାରୀଙ୍କ ସହିତ ସପ୍ତଋଷୀ ମିଶି ବାହାରିଥିଲେ କନ୍ୟା ଅନ୍ୱେଷଣରେ । ଝାଡୁଆପଡା ନିବାସୀ କନ୍ୟା ପିତାମାତା ବାସୁଦେବ ଚିନ୍ଦ୍ରା ଓ ଯାଞ୍ଜସେନୀ ଚିନ୍ଦ୍ରାଙ୍କ ଘରେ ପହଞ୍ଚି ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । ବରପାତ୍ର ସଂକ୍ରାନ୍ତରେ କନ୍ୟା ପକ୍ଷ ପଚାରିବାରୁ ସପ୍ତଋଷୀ ବାବା ଲୋକନାଥଙ୍କ ମହିମା ବଖାଣିଥିଲେ । ଏହାପରେ ମାତା ପାର୍ବତୀଙ୍କ ଗୁଣଗାନ କନ୍ୟାପକ୍ଷ କରିବା ପରେ ବିବାହ ପାଇଁ ସ୍ଥିର ହୋଇଥିଲା । ଆଉ ବରପିତା ଶ୍ରୀ ସୂପକାର ସାଙ୍ଗରେ ନେଇଥିବା ଶାଳପତ୍ର ବିଡା, ଶାଢୀ, ଗୁଆ, ନଡିଆ, ଫୁଲ, ବେଲପତ୍ର, ମିଷ୍ଟାନ୍ନ ଆଦି ଥିବା ଥାଳକୁ କନ୍ୟାପିତାମାତାଙ୍କୁ ଅର୍ପଣ କରିଥିଲେ । ସପ୍ତଋଷୀ ଭାବେ ପୀତବାସ ବିଶି, ପୁରନ୍ଦର ପାଣିଗ୍ରାହୀ, ହରିହର ପଣ୍ଡା, ଜଗଦୀଶ ବଡପଣ୍ଡା, ମାଧବ ଚନ୍ଦ୍ର ପଣ୍ଡା, ଧୀରେନ୍ଦ୍ର କୁମାର ପଣ୍ଡା, ପ୍ରକାଶ ପୂଜାରୀ, କୈଳାସ ପଣ୍ଡା ଓ ସଦାନନ୍ଦ ପରିଚ୍ଛା ପ୍ରମୁଖ ଯୋଗଦେଇଥିଲେ । ଯାତ୍ରା କମିଟି ସଦସ୍ୟ ଭାବେ ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ପାର୍ଥସାରଥୀ ମିଶ୍ର, ସଞ୍ଜିବ ପାଢୀ, ଶ୍ରୀମନ୍ତ ମିଶ୍ର, ପ୍ରାଣରଞ୍ଜନ ପଣ୍ଡା, ସୀତାରାମ ସୂପକାର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ଶୁଭେନ୍ଦୁ ମିଶ୍ର, ମିଲୁ ପାଣିଗ୍ରାହୀ ଏବଂ ଅନୁମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ମୁଦିପଡାର ଜାଗେଶ୍ୱର ବାବାଙ୍କ ପତରପେଣ୍ଡି ପାଇଁ ସନ୍ଧ୍ୟାରେ ବାହାରିଥିଲା ଶୋଭାଯାତ୍ରା । ପ୍ରଥମେ ବାବାଙ୍କ ପୂଜାର୍ଚ୍ଚନା ପରେ ବରପିତା ମଧୁସୂଦନ ନେଗୀ ମନ୍ଦିରର ପୂଜକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ସପ୍ତଋଷୀଙ୍କ ସହ ବାହାରିଥିଲେ କନ୍ୟା ଅନ୍ୱେଷଣ ଅଭିଯାନରେ । ଶଂଖ ଘଣ୍ଟ ଧ୍ୱନୀରେ କୋଭିଡ୍ କଟକଣା ମଧ୍ୟରେ ସ୍ୱଳ୍ପ ଲୋକଙ୍କ ମଧ୍ୟରେ ବାହାରିଥିଲା ଏହି ଶୋଭାଯାତ୍ରା । ଗୁରୁପଡା ନିବାସୀ କନ୍ୟା ପିତାମାତା ସୁଶାନ୍ତ ସ୍ୱାଇଁ ଏବଂ ବନ୍ଦିତା ସ୍ୱାଇଁଙ୍କ ଘରେ ପହଞ୍ଚିଥିଲେ ଏହି ଦଳ । ବରପକ୍ଷକୁ କନ୍ୟାପିତାମାତା ପାଛୋଟି ନେଇଥିଲେ ଘରକୁ । ଏହାପରେ ବାବା ଜାଗେଶ୍ୱରଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିବା ବେଳେ ସୁଶାନ୍ତଙ୍କ ଘରେ ଏକ ଉତ୍ତମ ପାତ୍ରୀ ଥିବା ସୂଚନା ପାଇ ଆସିଥିବା ନେଇ ବରପକ୍ଷ ଜଣାଇଥିଲେ । ଏହା ଶୁଣି ବରପାତ୍ରଙ୍କ ସଂପର୍କରେ କନ୍ୟାପକ୍ଷ ଜାଣିବାକୁ ଚାହିଁବାରୁ ସପ୍ତଋଷୀ ମହଦେବଙ୍କ ଗୁଣଗାନ କରିଥିଲେ । ପରେ କନ୍ୟାପକ୍ଷ ମଧ୍ୟ ମାତା ପାର୍ବତୀଙ୍କ ମହିମା ବଖାଣିଥିଲେ । ଆଉ ଶେଷରେ ବିବାହ ପାଇଁ ସହମତି ପ୍ରକାଶ ପାଇଥିଲା । ଫଳରେ ବରପିତା ସାଙ୍ଗରେ ନେଇଥିବା ଶାଳପତ୍ର ବିଡା ସାଙ୍ଗକୁ ଗୁଆ, ନଡିଆ, ଫୁଲ, ଚନ୍ଦନ ଏବଂ ବେଲପତ୍ର ଆଦି ଥିବା ଥାଳକୁ କନ୍ୟାପିତାମାତା ସୁଶାନ୍ତ ସ୍ୱାଇଁ ଏବଂ ବନ୍ଦିତାଙ୍କୁ ଅର୍ପଣ କରିଥିଲେ । ସପ୍ତଋଷୀ ଭାବେ ବିଜୟ ଷଡଙ୍ଗୀ, ଅରବିନ୍ଦ ମହାପାତ୍ର, ଜଗଦୀଶ ପଣ୍ଡା, ଶାନ୍ତନୁ ପାଣିଗ୍ରାହୀ, ସଞ୍ଜୀବ ଦାସ, ରଘୁନାଥ ମିଶ୍ର, ଈଶ୍ୱର ନନ୍ଦ ପ୍ରମୁଖ ଯୋଗଦେଇଥିବା ବେଳେ କମିଟି ସଭାପତି ସୁନୀଳ ଦାସ ଏବଂ ସଂପାଦକ ଗତିକୃଷ୍ଣ ଷଡଙ୍ଗୀ ସହିତ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ଆସନ୍ତାକାଲି ସମସ୍ତ କମିଟିର ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଥିବା ବେଳେ ମଙ୍ଗଳବାର ରାତିରେ ବରଯାତ୍ରୀ ବାହାରିବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons