କୋରାପୁଟ :କରୋନା କଟକଣା କୁ ଆଖିଆଗରେ ରଖି ଓଡ଼ିଶାର ନୂଆ ଦିଗନ୍ତ ତଥା ଅଗ୍ରଣୀ ଭାଷା ପ୍ରତିଷ୍ଠାନ କୋଟି ଓଡ଼ିଆଙ୍କ ମଉଡ଼ମଣୀ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ତୃତୀୟ ସ୍ୱ ନକ୍ଷତ୍ର ଉତ୍ସବର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ଭର୍ଚୁଆଲ ପ୍ରଣାଳୀରେ ଅନୁଷ୍ଠିତ ହୋଇ ଯାଇଛି । ଆଜିର କାର୍ୟ୍ୟକ୍ରମ ଓଡ଼ିଆ ଭାଷା ନ୍ୟାୟାଳୟ ଓ ସମସ୍ତ ସରକାରୀ କାର୍ୟ୍ୟାଳୟରେ ପ୍ରଚଳନର ଆବଶ୍ୟକତା ବିଷୟରେ ଏକ ସାରଗର୍ଭକ ଆଲୋଚନା ଚକ୍ର କରାଯାଇଥିଲା। ଯେଉଁ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ, ସ୍ତମ୍ଭକାର, ବରିଷ୍ଠ ସାହିତ୍ୟିକ ପଞ୍ଚାନନ କାନୁନଗୋ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ନଟବର ଶତପଥୀ, ମୁଖ୍ୟବକ୍ତା ସଚିବ, ଓଡ଼ିଆ ଅଧ୍ୟୟନ ଗବେଷଣା କେନ୍ଦ୍ର ,ସମ୍ମାନିତ ଅତିଥି ପ୍ରଫେସର ବସନ୍ତ କୁମାର ପଣ୍ଡା ନିର୍ଦ୍ଦେଶକ , ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟ ,ଭାରତ ସରକାର, ନିରାକାର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଆଲୋଚନା ଚକ୍ରରେ ଯୋଗ ଦେଇ ଓଡ଼ିଆ ଭାଷାର ଉତ୍ପତ୍ତି ଠାରୁ ଏ ପର୍ୟ୍ୟନ୍ତ ସମସ୍ତ ଗବେଷଣାତ୍ମକ ତଥ୍ୟାବଳୀ ଉପସ୍ଥାପନ କରିଥିଲେ।ନ୍ୟାୟ ଓ କାର୍ୟ୍ୟାଳୟ ଗୁଡିକରେ ଏହି ଭାଷା ପ୍ରଚଳନ ପାଇଁ ଆଇନ ଗତ ଭାବେ କୋୖଣସି ପ୍ରତିବନ୍ଧକ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଆମ ରାଜନେତା ମାନଙ୍କର ଯଥେଷ୍ଟ ଇଛା ଶକ୍ତି ଆମ ଓଡ଼ିଆ ଭାଷା ଏବଂ ଆଞ୍ଚଳିକ ଭାଷାର ଉନ୍ନତି ପାଇଁ ଦୃଷ୍ଟି ଦେବା ଉଚିତ ଯାହା ଆମ ସମ୍ବିଧାନର ୩୪୮ ଧାରାରେ ଉଲ୍ଲେଖ ଅଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମତ ପୋଷଣ କରି ଅଛନ୍ତି କ୍ଷ ଓଡ଼ିଆ ଭାଷାର ସ୍ୱାଭିମାନକୁ ସ୍ୱାଭିମାନୀ ମଣିଷ ନିଶ୍ଚୟ ଗୁରୁତ୍ୱ ପ୍ରଦାନ କରିବା ଉଚିତ ଏବଂ ଯୋଗଜନ୍ମକ୍ଷ ସଂକ୍ରାନ୍ତି ପୁରୁଷ ସ୍ବର୍ଗତ ଫକୀର ମୋହନ ସେନାପତି, ମଧୁସୂଦନ ମିଶ୍ରଙ୍କ ଭଳି ପ୍ରାନ୍ତୀୟ ଏବଂ ଦେଶୀୟ ଭାଷାର ମହତ୍ୱ ବୁଝିବା ଉଚିତ ବୋଲି ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ରତ୍ନ ପ୍ରଭା ରଥ ମତ ରଖିଥିଲେ କ୍ଷ ଓଡିଶାର ଯୁବ ବର୍ଗ ଓଡ଼ିଆ ସାହିତ୍ୟର ଭାଷା ପ୍ରତି ନିଜ ଆଶା ଏବଂ ଆକାଂକ୍ଷାକୁ ଜାଗୃତି କରିପାରିଲେ ଓଡିଆ ଭାଷା ଚିର ବଞ୍ଚି ରହିବ ବୋଲି ମତ ଶ୍ରୀଯୁକ୍ତ ପ୍ରଫେସର ନଟବର ଶତପଥୀ ରଖିଥିଲେ କ୍ଷ ଓଡ଼ିଆ ଭାଷା ଜ୍ଞାନର ପରିଭାଷା ବୋଲି ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ସୁବ୍ରତ ପୃଷ୍ଟି ମତ ରଖିଥିଲେ କ୍ଷ କୋର୍ଟ କଚେରୀ ଏବଂ ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ ଓଡ଼ିଆ ଭାଷାକୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିବା ଉଚିତ ଆମ ସମ୍ବିଧାନରେ ମଧ୍ୟ ବ୍ୟବସ୍ତା ରହିଅଛି ବୋଲି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ନିଜ ବିବୃତି ପ୍ରଦାନ କରିଅଛନ୍ତି କ୍ଷ ଏହି ଆଲୋଚନା ଚକ୍ରରେ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ଯୋଗଦେଇଥିବା ବେଳେ ସଭାପତି ଡ଼ ରଜନୀ ରଞ୍ଜନ ଦାଶ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ସରସ୍ବତୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଚିତ୍ତରଞ୍ଜନ ନନ୍ଦ, ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲିକ, ରାଜ୍ୟ ସଂଯୋଜକ ଯୁଦ୍ଧିଷ୍ଠିର ମୁଦୁଲି, ରାଜ୍ୟ ପର୍ୟ୍ୟବେକ୍ଷକ ଡ. ଦେବୀପ୍ରସାଦ ମିଶ୍ର, ଦକ୍ଷିଣାଞ୍ଚଳର ସଭାପତି ସୁରମା ଦାସ, ରାଜ୍ୟ ସହ ସଂଯୋଜକ ତଥା କବି ତ୍ରିନାଥ ପଟ୍ଟନାୟକ, ଟିକେଶ୍ୱର ସାହୁ, ମନୋଜ ଜେନା, ମୀନା ମୁଣ୍ଡ, ଲକ୍ଷ୍ମଣ ସାହୁ, ଡ଼. କୁଳମଣି ଓଝା, ଅନୁସୂୟା ଦେବତା, ଅଜିତ ପାଢ଼ୀ, ନୀଳମଣି ଥାପ୍ପା, ଆଶକ୍ଷମଞ୍ଜରୀ ତ୍ରିପାଠୀ, ବିଜୟ ବାହାଲି ପାର୍ଥସାରଥୀ ମହାନ୍ତି, ପ୍ରହ୍ଲାଦ ପଣ୍ଡା, ରଂଜିତ ଦାସ, ରାମନାରାୟଣ ଶର୍ମା, ସୁମତି ସାହୁ, ମାଁ ମଙ୍ଗଳା ସଂସ୍କୃତି ସଭାପତି ଶ୍ରୀଯୁକ୍ତ ନୀଳାଦ୍ରି ନାଥ ଜଗଦେବ, ନିରୋଦ ଜେନା ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.