ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସିଲେରୁ ନଦୀରେ ଅଘଟଣ । ଦୁର୍ଗାମନ୍ଦିର ନିକଟ ଘାଟରେ ଡଙ୍ଗା ବୁଡ଼ି ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣଙ୍କ ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରେ ରହୁଥିବା ଓକିଲ ଦିଲ୍ଲୀପ କୁମାର ମିଶ୍ରଙ୍କ ଏକମାତ୍ର ପୁଅ ଦେବାଶିଷ । ସେ ଶନିବାର ଅପରାହ୍ନରେ ଦୁର୍ଗାମନ୍ଦିର ଘାଟ ନିକଟରୁ ଏକ ଦେଶୀଡଙ୍ଗାରେ ସିଲେଇପୁଟ ନଦୀଘାଟକୁ ଯାଉଥିଲେ । ହଠାତ୍ ବର୍ଷା ପବନ ମାଡ଼ି ଆସିଥିଲା । ଡଙ୍ଗାଟି ନଦୀରେ ବୁଡ଼ି ଯାଇଥିଲା । ନଦୀକୂଳରେ ଥିବା କେତେକ ମାଛ ଧରାଳି ଏହା ଦେଖି ସଙ୍ଗେସଙ୍ଗେ ଚିତ୍ରକୋଣ୍ଡା ଥାନା ଓ ତହସିଲଦାରଙ୍କୁ ଜଣାଇଥିଲେ ଏବଂ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ନଦୀଘାଟରେ ତହସିଲଦାର ଟି ପଦ୍ମନାଭ ଦୋରା, ପୁଲିସ ଓ ଅଗ୍ନିଶମ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ହୋଇଯିବାରୁ ନିଖୋଜ ଯୁବକଙ୍କ ପତ୍ତା ମିଳି ନ ଥିଲା । ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ହେଁ ନିଖୋଜ ଯୁବକଙ୍କ ସନ୍ଧାନ ମିଳିନି । ସୂଚନାଯୋଗ୍ୟ ଯେ, ଗତ ୨ ମାସରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଓ ସିଲେରୁ ନଦୀରେ ଡଙ୍ଗାବୁଡ଼ି ପ୍ରାୟ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.