ଦିନକୁ ୩ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର: ଦୈନିକ ୩ ଲକ୍ଷ ଲୋକଙ୍କୁ ଦିଆଯିବ ଟିକା । ସମୁଦାୟ ୩ କୋଟି ୯ ଲକ୍ଷ ୮୫ ହଜାର ୫୩୮ ଜଣଙ୍କୁ ଟିକାକରଣ କରିବାକୁ ଟାର୍ଗେଟ କରିଛି ସ୍ୱାସ୍ଥ୍ୟ ବିଭାଗ । ୪୫ ବର୍ଷରୁ ଅଧିକ ବୟସର ୧ କୋଟି ୧୬ ଲକ୍ଷ ୩ ହଜାର ୮୪୫ ଓ ୧୮ ବର୍ଷରୁ ଅଧିକ ବୟସର ୧ କୋଟି ୯୩ ଲକ୍ଷ ୮୧ ହଜାର ୬୯୩ ଜଣଙ୍କୁ ଟିକାକରଣ କରାଯିବ ।
କେଉଁ ଜିଲ୍ଲା କେତେ ଲୋକଙ୍କୁ ଟିକା ଦେବେ, ସେ ନେଇ ପୂରା ଯୋଜନା ତିଆରି କରି ଦେଇଛି ବିଭାଗ । ସମସ୍ତ ବ୍ଲକ୍ରେ ଅତିକମ୍ରେ ୫ଟି ସେସନ୍ ସାଇଟ୍, ଏନଏସିରେ ୫ଟି, ପୌରାଞ୍ଚଳରେ ୧୦ ଓ ମହାନଗର ନିଗମରେ ୨୦ଟି ସେଣ୍ଟର କରିବାକୁ ନିଦେ୍ର୍ଧଶ ଦେଇଛି ବିଭାଗ । ଏଥିପାଇଁ ପ୍ରସ୍ତୁତି ଆଉ ଯୋଜନା କରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ରାଜ୍ୟରେ ୧୬ ଜାନୁଆରୀରୁ ଟିକାକରଣ ଅଭିଯାନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୭ ଲକ୍ଷ ୭୩ ହଜାର ଟିକା ଦିଆ ସରିଲାଣି । ପାଖାପାଖି ୧୭ ଲକ୍ଷ ୯୭ ହଜାର ଦୁଇଟି ଡୋଜ୍ ନେଇ ସାରିଲେଣି ମଧ୍ୟ । ଏବେ ଦୈନିକ ଦେଢ ଲକ୍ଷରୁ କମ୍ ଲୋକଙ୍କୁ ଟିକା ଦିଆଯାଉଛି । ଏବେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ରାଜ୍ୟ ସରକାର ଟିକା କିଣୁଥିବା ବେଳେ ଆସନ୍ତା କାଲି ଅର୍ଥାତ ଜୁନ୍ ୨୧ରୁ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ଟିକା ଯୋଗାଇବ । ତେବେ ଟିକାର ବ୍ୟବହାର ଓ ନଷ୍ଟକୁ ଅଧାର କରି ରାଜ୍ୟକୁ କେନ୍ଦ୍ର ଟିକା ଯୋଗାଇବ । ତେଣୁ ରାଜ୍ୟରେ ଟିକାକରଣକୁ ଅଧିକ ବ୍ୟପକ କରିବାକୁ ହେବ । ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ପାଇଁ ଅଧିକ ଟିକାଦାନ କରିବାକୁ ହେବ । ଅନ୍ଲାଇନ୍ ଓ ଅନ୍ସାଇଟ୍ ଉଭୟରେ ଲୋକେ ପଞ୍ଜିକରଣ କରି ଟିକା ନେଇ ପାରିବେ । ସେହିଭଳି ଦ୍ୱିତୀୟ ଡୋଜ୍ ପାଇଁ ସମୟ ହୋଇଯାଇଥିଲେ, ଠିକ୍ ସମୟରେ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ହେବ । ପୌରାଞ୍ଚଳ, ଏନ୍ଏସି, ବ୍ଲକ୍ ମୁଖ୍ୟାଳୟ କେଉଁଠି କେଉଁଠି କେନ୍ଦ୍ର କରାଯିବ, ସେ ନେଇ ଯୋଜନା ପ୍ରସ୍ତୁତ କରିବା ସହ ଟିକାର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons