ଜିଲ୍ଲାପାଳଙ୍କ ଚନ୍ଦାହାଣ୍ଡି ଗସ୍ତ

Get real time updates directly on you device, subscribe now.

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲାପାଳ ଡ ଅଜିତ କୁମାର ମିଶ୍ର ଚନ୍ଦାହାଣ୍ଡି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିିଛନ୍ତି । ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ପ୍ରଥମେ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ପରେ କୋଭିଡ୍ କେୟାର ପରିଦର୍ଶନ କରି ରୋଗୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରିଥିଲେ । ସେଭଳି ଟିକାକରଣକୁ କିଭଳି ବ୍ୟାପକ କରାଯିବ ସେନେଇ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାବାଦ୍ ଚନ୍ଦାହାଣ୍ଡିର ପାନବେଡ଼ା ଉଚ୍ଚ ବିଦ୍ୟାଳୟର ନିର୍ମାଣାଧୀନ ଶ୍ରେଣୀଗୃହ ପରିଦର୍ଶନ କରି ବିଡିଓଙ୍କ ଉପସ୍ଥିତିରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ଗସ୍ତବେଳେ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟ ଅଧିକାରୀ ଡ ସଂଗ୍ରାମ କେଶରୀ ସାହୁ, ବିଡିଓ ଧର୍ମରାଜ ମାଝୀ, ତହସିଲଦାର ଜି ରଶ୍ମିରେଖା, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ଓ ପ୍ରଧ୍ୟାନଶିକ୍ଷକ ଶରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons