ଆନନ୍ଦପୁର: ରାଜଧାନୀ ପରେ ଏବେ ଆନନ୍ଦପୁର ଅଞ୍ଚଳରେ କୋଭିଡ୍ ଆକ୍ରାନ୍ତଙ୍କୁ ଅଧା ରାସ୍ତାରେ ଛାଡ଼ି ପାଳାଇଲା ଆମ୍ୱୁଲାନ୍ସ । ଜଣେ କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସାପରେ ଆଣି ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲ ମଝିରେ ଛାଡ଼ି ଚାଲିଯାଇଛି ଅମ୍ବୁଲାନ୍ସର ମଦ୍ୟପ ଡ୍ରାଇଭର । ବ୍ୟକ୍ତି ଜଣକ ସଂକ୍ରମିତ ହୋଇ କେନ୍ଦୁଝର କେଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସୁସ୍ଥ ହେବାପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠା ଯାଇଥିଲା । ହେଲେ ଡ୍ରାଇଭର ଜଣଙ୍କ ବାଟରେ ଆମ୍ବୁଲାନ୍ସ ଅଟକାଇ ମଦପିଇ ମାତାଲ ହେବାରୁ ରୋଗୀ ଜଣକ ୨୦ ନଂ ଜାତୀୟ ରାଜପଥର ଅଟେଇ ଜଙ୍ଗଲ ଅଧିନ କୁମୁଡ ଛକଠାରେ ଗାଡିରୁ ତଳକୁ ଓହ୍ଲାଇଥିଲେ ।
ତେବେ ମାତାଲ ଡ୍ରାଇଭର ତାଙ୍କୁ ସେଠାରେ ଛାଡି ଗାଡିଧରି ପୁଣିଥରେ ଫେରିଯାଇଥିଲା । ଦିର୍ଘ ସମୟ ଅପେକ୍ଷା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ହସ୍ତକ୍ଷେପ ଫଳରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ତାଙ୍କୁ ସେଠାରୁ ଘରକୁ ନେଇଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.