କଇଁଚି ଲାଗି ତାଗ ବାଡ଼ିଆ ଶେଷ

Get real time updates directly on you device, subscribe now.

ପୁରୀ: ପରମ ନିÂାରେ ଚାଲିଛି ନିର୍ମାଣକାରୀଙ୍କ ତିନି ରଥ ପ୍ରସ୍ତୁତି । ତିନିରଥରେ ତୃତୀୟ ଭୂଇଁ ଉଠି ବଡ଼ଛତା ପୋଟଳ ପଡ଼ିଥିଲା । ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍ ଦେବାଦେବୀଙ୍କୁ ସଫା କରି ରଥ ରଙ୍ଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ତିନି ରଥର ଚାରି ନାହାକା ବାନେ୍ଧଣି ପାଇଁ ତଳ କଇଁଚି ଫିଟିଂ ହୋଇଛି । ପ୍ରଥମ ଭୂଇଁରେ କଇଂଚି ଲାଗିଛି । ରଥର ବାନେ୍ଧଣୀ ହେଉଛି ‘କଇଁଚି’ । ଚାରିନାହାକାର ଉଭୟ ପାଶ୍ୱର୍ରେ କଇଁଚି ଛନ୍ଦାଯାଏ । ଦୁଇଟି ଲେଖାଏଁ କାଠକୁ ଛନ୍ଦାଯାଇ ଚାରିନାହାକା ଓ ଗରଗରା ସହ ଗୟଳରେ ପିଟାଯାଏ । କଇଁଚି ଲାଗିବାଦ୍ୱାରା ରଥ ଆଉ ଝାଙ୍କି ନଥାଏ । ଏହା ସ୍ଥାପନ ହେବା ଦ୍ୱାରା ରଥଗୁଡିକ ଅଧିକ ମଜଭୁତ ହୁଏ । ବିଶ୍ୱକର୍ମାଙ୍କୁ ଭୋଇସେବକ ଓ କମାର ସେବକମାନେ ରଥରେ କଇଁଚି ଲାଗିବାରେ ସାହାଯ୍ୟ କରିଥାନ୍ତି । ରଥର ପୋଟଳ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ତାଗ ହେଉଛି ରଥ ଚଟାଣର ନିମ୍ନ ଅଂଶର ଫ୍ରେମ୍ । ଗୟଳ ଉପରେ ବରଗା ଗୁଡ଼ିକ ହେଉଛି ତାଗ । ଆଜି ତାଗ ବାଡ଼ିଆ ସରି ପଟା ପଡ଼ିବା ଆରମ୍ଭ ହୋଇଛି । ତାଗ ପାଇଁ ଆବଶ୍ୟକ ହୋଇଥାଏ ୩ଇଞ୍ଚରେ ଅଢେଇ ଇଞ୍ଚର ୧୨ ଫୁଟିଆ ଲମ୍ବ କାଠ । ରଥ ଚାରିପଟେ ତାଗ ବାଡ଼ିଆ ପରେ ରଥରେ ପଟା ପଡ଼ିବ । ପଟା ଉପରେ ଠାକୁରେ ବିଜେ ହୋଇ ସିଂହାସନାରୁଢ଼ ହେବେ । ରୂପକାର ସେବକମାନେ ରଥଚାଳିରେ ଚାରପରିଛାରେ ଡ଼ାଳିଲତା ଓ ନାଟଗୋଡ଼ରେ ରାହୁରୂପ ଖୋଦେଇ କରୁଛନ୍ତି । ରଥର ସଂଯୋଗ ସ୍ଥଳରେ ଯଥା ଦଣ୍ଡା ସହ କୋଣ ଗୁଜରେ ଲୁହା ଏଲ୍-ପ୍ଲେଟ୍ ଓ ନଟ୍ବୋଲ୍ଟ ଲାଗିଛି । ରଥର ଚାରିଟି ଲେଖା ଧ୍ୱଜବତା ନିର୍ମାଣ ସରିଛି ।
ରଥର କଳସ ତିଆରିରେ ବ୍ୟସ୍ତ ରହିଛନ୍ତି ବିଶ୍ୱକର୍ମା । କଳସର ପେଣ୍ଡି ତିଆରି ହେଉଛି । ପାଖୁଡ଼ା ଓ କଳସ ପେଣ୍ଡି ତିଆରି ହୋଇ ଏହାକୁ ସଂଯୋଗ କରାଯିବ । ଏଥିସହିତ ଦୁଆର ଘଡ଼ା ମଗରମୁଣ୍ଡ ତିଆରି ଚାଲିଛି । ଦୋଳବେଦି ଅସ୍ଥାୟୀ ଶାଳରେ କମାର ସେବକମାନେ କଣ୍ଟା ତିଆରିରେ ବ୍ୟସ୍ତ ରହିଛନ୍ତି । ତାଳଧ୍ୱଜ ରଥ ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଭୋଇସର୍ଦ୍ଧାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ସେମାନଙ୍କୁ ସହଯୋଗ କରୁଛନ୍ତିି । ୧୯୬ ଜଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons