କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୧୨୨ ମିମି କ୍ୟାଲିବର ରକେଟର ବର୍ଦ୍ଧିତ ରେଞ୍ଜ ସଂସ୍କରଣକୁ ସଫଳତାର ସହ କ୍ରମାଗତ ୨ ଦିନ ଧରି ଗୁରୁବାର, ଶୁକ୍ରବାର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ବିକାଶ ପ୍ରତିÂାନ(ଡିଆର୍ଡିଓ) ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ କରାଯାଇଥିଲା । ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର(ଏମବିଆର) ଭାବେ ଜଣାଶୁଣା ଏହି କ୍ଷେପଣାସ୍ତ୍ରଟି ଶୁକ୍ରବାର ୫ ଥର (ସକାଳ ୧୦ଟା ୩୦, ଅପରାହ୍ନ ୧୨ଟା ୧୦, ଅପରାହ୍ନ ୧୨ଟା୨୬, ଅପରାହ୍ନ ୧୨ଟା ୩୯ ଓ ଅପରାହ୍ନ ୧୨ଟା ୪୯)ରେ ପରୀକ୍ଷଣ ହେବାର ଥିଲା । ତେବେ ୪ଥର ଏହା ସଫଳତାର ସହ ପରୀକ୍ଷଣ ହୋଇଥିଲା ।
ଏହି ରକେଟଗୁଡ଼ିକୁ ସାଧାରଣତଃ ପଦାତିକ ବାହିନୀରେ ବ୍ୟବହାର କରାଯିବା ଲାଗି ନିର୍ମାଣ କରାଯାଉଛି । ଏହା ୪୦ କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ପୁନେସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ(ଏଆରଡିଇ), ହାଇଦ୍ରାବାଦସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଣ୍ଟ ଲାବାରାଟାରି(ଡିଆର୍ଡିଏଲ୍)ଦ୍ୱାରା ଏହାକୁ ବିକଶିତ କରାଯାଇଛି । ପ୍ରଥମଥର ପାଇଁ ଏହାକୁ ୧୯୯୯ କାର୍ଗିଲ୍ ଯୁଦ୍ଧ ସମୟରେ ଏହାର ବ୍ୟବହାର କରାଯାଇଥିଲା । ସେତେବେଳେ ପାହାଡ଼ ଉପରେ ଥିବା ପାକ୍ କ୍ୟାମ୍ପ୍ଗୁଡ଼ିକୁ ଏହା ଟାର୍ଗେଟ କରି ଧ୍ୱଂସ କରିଥିଲା ।
ଚାନ୍ଦିପୁର ଡିଆରଡିଓର ଚେୟାରମ୍ୟାନ ଡ ସତୀଶ ରେଡ୍ଡିଙ୍କ ସମେତ ଡିଆଡିଓର ସମସ୍ତ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ରକେଟଗୁଡ଼ିକୁ ପରୀକ୍ଷଣ କରାଯାଇଥିଲା । ଏହି ସଫଳତା ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚାନ୍ଦିପୁର ଡିଆରଡିଓର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons