ଥୁର୍ମାନଙ୍କୁ ହରାଇଲେ ପାକ୍ୱିଓ

Get real time updates directly on you device, subscribe now.

ଲାସ ଭେଗାସ: ଫିଲିପାଇନ୍ସର କିମ୍ବଦନ୍ତୀ ବକ୍ସର ମାନି ପାକ୍ୱିଓ ୪୦ ବର୍ଷ ବୟସରେ ଫିଟ୍ନେସ୍ ଓ ଫର୍ମ ବଜାୟ ରଖି ପୁଣି ଥରେ ବିଜୟ ଧାରାକୁ ଫେରିଛନ୍ତି । ଡବ୍ଲ୍ୟୁବିଏ ଟାଇଟଲ ଫାଇଟ୍ରେ ସେ ଚାମ୍ପିଅନ୍ କିଥ୍ ଥୁର୍ମାନଙ୍କୁ ହରାଇଥିଲେ । ଏମ୍ଜିଏମ୍ ଗ୍ରାଣ୍ଡ ଗାର୍ଡେନ ଏରେନାରେ ଅନୁଷ୍ଠିତ ଏହି ମୁକାବିଲାରେ ପାକ୍ୱିଓ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ । ୧୨ ରାଉଣ୍ଡ ବିଶିଷ୍ଟ ଏହି ମୁକାବିଲାର ପ୍ରଥମ ରାଉଣ୍ଡ୍ରେ ଥୁର୍ମାନ ଧରାଶାୟୀ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ରାଉଣ୍ଡ୍ରେ ସେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମ୍ୟାଚ୍ ପରେ ଦୁଇ ଜଣ ରେଫରୀ ପାକ୍ୱିଓଙ୍କ ପକ୍ଷରେ ୧୧୫-୧୧୨ ପଏଣ୍ଟ ପ୍ରଦାନ କରିଥିବାବେଳେ ତୃତୀୟ ରେଫରୀ ୧୧୪-୧୧୩ ପଏଣ୍ଟ ପ୍ରଦାନ କରି ବିଜୟୀ ଘୋଷଣା କରିଥିଲେ । ତୃତୀୟ ରେଫରୀ ପ୍ରଦାନ କରିଥିଲେ । ପାକ୍ୱିଓଙ୍କ କ୍ୟାରିୟର୍ର ଏହା ୬୨ତମ ବିଜୟ ରହିଥିଲା । ଏଥିରୁ ୩୯ଟି ମ୍ୟାଚ୍ରେ ସେ ନକ୍ ଆଉଟ୍ ବିଜୟ ହାସଲ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons