ଶସ୍ତା ହେବ ଡାକ୍ତରୀ ଉପକରଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅଧିକ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକ ମେଡିକାଲ ଉପକରଣର ଦାମ କମିବ । ସରକାର ଏଗୁଡ଼ିକର ତାଲିକା ପ୍ରସ୍ତୁତ କରି ଏହାର ବାଣିଜ୍ୟିକ ଲାଭକୁ ସୀମିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେତେକ କ୍ଷେତ୍ରରେ ବିତରକ, ପାଇକାରୀ ବ୍ୟବସାୟୀ, ଖୁଚୁରା ବ୍ୟବସାୟୀ ଏବଂ ହସ୍ପିଟାଲଗୁଡ଼ିକ ଏଭଳି ଯନ୍ତ୍ରାଂଶ ଉପରେ ମନଇଚ୍ଛା ଦାମ ଲଗାଇ ବିପୁଳ ଲାଭ ଅର୍ଜନ କରୁଛନ୍ତି ।
ଏହି ଉତ୍ପାଦ ମଧ୍ୟରେ ଷ୍ଟେଣ୍ଟ, କ୍ୟାଥେଟର ଆଦି ରହିଛି । ଏଗୁଡ଼ିକର ବହୁଳ ବ୍ୟବହାର ହେଉଥିବାରୁ ବେପାରୀମାନେ ଏଥିରୁ ବିପୁଳ ଲାଭ ହାସଲ କରୁଛନ୍ତି । ତେଣୁ ସରକାର ଏହି ଉପକରଣଗୁଡ଼ିକୁ ତାଲିକାଭୁକ୍ତ କରି ଏଗୁଡ଼ିକର ବାଣିଜ୍ୟିକ ଲାଭ ଉପରେ ଏକ ନିର୍ଦ୍ଦିଷ୍ଟ ସୀମା ଲାଗୁ କରିବେ । ଫଳରେ ରୋଗୀମାନେ ଉପକୃତ ହେବେ । ସେମାନଙ୍କ ଚିକିତ୍ସା ଖର୍ଚ୍ଚ ହ୍ରାସ ପାଇବ ।
ବର୍ତ୍ତମାନ ପରିପ୍ରେକ୍ଷୀରେ ମେଡିକାଲ ଉପକରଣ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ସରକାରଙ୍କ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ କାର୍ଡିଆକ୍ ଷ୍ଟେଣ୍ଟ, କଣ୍ଡୋମ ଓ ୟୁଟେରାଇନ୍ ଡିଭାଇସ୍ ସ୍ଥାନ ପାଇଛି । ନିକଟରେ ଆଣ୍ଠୁ ପ୍ରତିରୋପଣ ଉପକରଣକୁ ଏହି ତାଲିକାରେ ସାମିଲ କରାଯାଇଥିଲା । ଆହୁରି ଅନେକ ଜରୁରି ଉପକରଣ ଏଥିରେ ସାମିଲ ହୋଇନଥିବାରୁ ଏଗୁଡ଼ିକୁ ଚଢ଼ା ଦରରେ ବିକ୍ରୟ କରାଯାଉଛି ।
ମିଳିଥିବା ଖବର ମୁତାବକ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗବେଷଣା ଓ ବିଶ୍ଳେଷଣ ଶାଖା ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଚଳିତମାଦ ୨୬ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି । ଏଥିରେ ଅତ୍ୟାବଶ୍ୟକ ଡାକ୍ତରୀ ଉପକରଣର ଲାଭ ଉପରେ ଅଙ୍କୁଶ ଲଗାଇବା ନେଇ ଆଲୋଚନା ହେବ । ଏହିସବୁ ଉପକରଣର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍ଆର୍ପି) ଉପରେ ସୀମା ଲାଗୁ ପାଇଁ କିଛି ମହଲରୁ ଦାବି ଉଠୁଥିବା ବେଳେ ସରକାର କିନ୍ତୁ ବାଣିଜ୍ୟିକ ଲାଭକୁ ସଂକୁଚିତ ଲାଗି ଯୋଜନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons