ପୁଣି ତେଜିଲା ଚାଷୀ ଆନେ୍ଦାଳନ

Get real time updates directly on you device, subscribe now.

ଚଣ୍ଡିଗଡ: କେନ୍ଦ୍ରର କୃଷି ସଂସ୍କାର ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଡେରା ଜମାଇଥିବା ଚାଷୀମାନେ ଆଜି ଆନେ୍ଦାଳନକୁ ତୀବ୍ର କରିବାକୁ ଚେଷ୍ଟା କରିଛନ୍ତି । ପଞ୍ଜାବରୁ ହଜାର ହଜାର ଚାଷୀ ମୋହାଲି ରାସ୍ତାଦେଇ ଚଣ୍ଡିଗଡ଼ରେ ପ୍ରବେଶ କରିଥିବା ବେଳେ ହରିଆଣାର ଚାଷୀମାନେ ପଞ୍ଚକୁଳା ରାସ୍ତାଦେଇ ଚଣ୍ଡିଗଡ଼ରେ ପଶିଥିଲେ । ସେମାନେ ଚଣ୍ଡିଗଡ଼ର ପାଖାପାଖି ୭ କିଲୋମିଟର ଭିତରକୁ ପଶିଯାଇଥିଲେ । ରାଜଭବନ ନିକଟରେ ସେମାନଙ୍କୁ ପୁଲିସ ରୋକିଥିଲା ।
ସୂଚନା ମୁତାବକ ପଞ୍ଜାବର ଚାଷୀମାନେ ରାଜ୍ୟପାଳଙ୍କ ନାମରେ ସ୍ମାରକପତ୍ର ଚଣ୍ଡିଗଡ଼ ଜିଲ୍ଲାପାଳ ମନଦୀପ ବରାଡ଼ଙ୍କୁ ଦେଇ ଫେରିଆସିଥିଲେ । କିନ୍ତୁ କେତେକ ସ୍ଥାନରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗିବାରୁ ପୁଲିସ ସେମାନଙ୍କ ଉପରେ ୱାଟର୍ କ୍ୟାନନ୍ ପ୍ରୟୋଗ କରିଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କିଛି ଚାଷୀ ଆହତ ହୋଇଥିଲେ । ଚାଷୀମାନେ ଆନେ୍ଦାଳନ ବେଳେ କୋଭିଡ ନିୟମ ଉଲ୍ଲଂଘନ କରିଥିଲେ ।
ଆନେ୍ଦାଳନକୁ ୭ ମାସ ପୂରିଥିବା ବେଳେ ଚାଷୀମାନେ ଶନିବାର ପଞ୍ଚକୁଳାସ୍ଥିତ ଗୁରୁଦ୍ୱାର ନଡା ସାହିବ ନିକଟରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନେ ରାଜଭବନ ଅଭିମୁଖେ ବାହାରିଥିଲେ । କୃଷି ଆଇନ ପ୍ରତ୍ୟାହାର ପାଇଁ ସେମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାକୁ ଚାହୁଁଥିଲେ । ଏହି ସମୟରେ ରାଜଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ଆନେ୍ଦାଳନ ଯୋଗୁ ଶନିବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଡ଼କରେ ଟ୍ରାଫିକ୍ ସମସ୍ୟା ଜାରି ରହିଥିଲା ।
ଏହା ପୂର୍ବରୁ ଭାରତୀୟ କୃଷକ ସଂଘର ଯୁବ ଶାଖା ସଭାପତି ଗୌରବ ଟିକାୟତ ଗାଜିପୁର ସୀମାରେ କହିଥିଲେ, ଆମେ ଦେଶବ୍ୟାପୀ ସମସ୍ତ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବୁ । ସ୍ମାରକପତ୍ର ପ୍ରଦାନ ବେଳେ ଆନେ୍ଦାଳନ ଶାନ୍ତିପୂର୍ଣ୍ଣ ହେବ । ଆନେ୍ଦାଳନକୁ ୭ ମାସ ପୂରିବା ଅବସରରେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନେ୍ଦାଳନ ଚଳାଇଥିବା ଚାଷୀମାନେ ଶନିବାର ‘କୃଷି ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ’ ଦିବସ ପାଳନ କରିଥିଲେ । ଚାଷୀଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons